ଓଡିଶା

odisha

ETV Bharat / state

‘ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ’ - Council for Secondary Education begins

ମାଧ୍ୟମିକ ଶିକ୍ଷା ପରିଷଦର ସାଧାରଣ ପରିଷଦ ବୈଠକ ଆରମ୍ଭ ହୋଇଛି । ପରୀକ୍ଷା କରିବା ପାଇଁ ବୋର୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ।

ମାଧ୍ୟମିକ ଶିକ୍ଷା ପରିଷଦର ସାଧାରଣ ପରିଷଦ ବୈଠକ ଆରମ୍ଭ
ମାଧ୍ୟମିକ ଶିକ୍ଷା ପରିଷଦର ସାଧାରଣ ପରିଷଦ ବୈଠକ ଆରମ୍ଭ

By

Published : Dec 30, 2020, 12:30 PM IST

କଟକ: ମାଧ୍ୟମିକ ଶିକ୍ଷା ପରିଷଦର ସାଧାରଣ ପରିଷଦ ବୈଠକ ଆରମ୍ଭ ହୋଇଛି। ବୈଠକରେ ୩୦ ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଉପସ୍ଥିତ ଅଛନ୍ତି । ଏସସି, ଏସଟି ବିଭାଗର ୬ ଇନିସପେକ୍ଟର ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ବାର୍ଷିକ ବଜେଟ ନେଇ ଆଲୋଚନା ଚାଲିଛି । ଅନ୍ୟପଟେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ଆଲୋଚନାରେ ପ୍ରଥମେ ସରକାର ସ୍କୁଲ ଖୋଲିବାର ନିଷ୍ପତ୍ତି ନେବେ । ତା'ପରେ ହେବ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା । ପରୀକ୍ଷା କରିବା ପାଇଁ ବୋର୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସରକାର ନିର୍ଦ୍ଦେଶ ଦେଲେ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରତ୍ୟେକ ବର୍ଷ ଫେବୃଆରୀରେ ଏହି ପରୀକ୍ଷା ହୋଇଥାଏ । ତେବେ ବିଳମ୍ବରେ ହେଉ ପଛେ ସୂଚାରୁ ରୂପେ କୋଭିଡ ଗାଇଡ ଲାଇନ ମାନି ପରୀକ୍ଷା କରାଯାଇପାରିବ ବୋଲି ବୋର୍ଡ ଉପସଭାପତି ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details