ଓଡିଶା

odisha

ETV Bharat / state

ଗଞ୍ଜେଇ ମାଫିଆଙ୍କ କବଜାରେ ସିଲଭର ସିଟି - ଅବକାରୀ ବିଭାଗ

ସିଲଭର ସିଟିରେ ସକ୍ରିୟ ଗଞ୍ଜେଇ ମାଫିଆ । ଯୁବପିଢିଙ୍କ ମଧ୍ୟରେ ସାମ୍ରାଜ୍ୟ ବିସ୍ତାର କରିବାକୁ ଉଦ୍ୟମ । ଏପଟେ ମାଫିଆଙ୍କ ଯୋଜନା ପଣ୍ଡ କରିବାକୁ ଅବକାରୀ ବିଭାଗ ସଜାଗ ।

ଜଗଦୀଶ ସାମଲ

By

Published : Jul 30, 2019, 9:14 PM IST

Updated : Jul 30, 2019, 10:19 PM IST

କଟକ: ସିଲଭର ସିଟିରେ ବେଧଡ଼କ ବୁଲୁଛନ୍ତି ଗଞ୍ଜେଇ ମାଫିଆ । ବାଉନ ବଜାର ତେପନ ଗଳିରେ ବିସ୍ତାର କରୁଛନ୍ତି ନିଶା ସାମ୍ରାଜ୍ୟ । ଯାହାର ଶିକାର ହେଉଛନ୍ତି ଶିକ୍ଷିତ ଯୁବ ସମାଜ ବିଶେଷ କରି ଇଞ୍ଜିନିୟରିଂ ଛାତ୍ର । କିନ୍ତୁ ମାଫିଆଙ୍କ ଯୋଜନାକୁ ପଣ୍ଡ କରିବାକୁ ସଦାସର୍ବଦା ଜାଗ୍ରତ ଅବକାରୀ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ନିଶା ମାଫିଆଙ୍କ ନିଶାନାରେ ଯୁବପିଢି । ମାଫିଆ ମାନେ ବିଶେଷକରି ବାଦାମବାଡ଼ି ବସଷ୍ଟାଣ୍ଡ , ରେଳ ଷ୍ଟେସନ ଗାନ୍ଧିପଲି ଅଞ୍ଚଳରେ ସେମାନଙ୍କ ବ୍ୟବସାୟ ବେଶ ତତ୍ପରତାର ସହ କରିଥାନ୍ତି । କିନ୍ତୁ ମାଫିଆଙ୍କ ଯୋଜନାକୁ ପଣ୍ଡ କରିବାକୁ ସର୍ବଦା ଜାଗ୍ରତ ଥାଏ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

ଦୁର୍ବୁତ୍ତ ଯୋଜନା ଆରମ୍ଭ କରିବା ପୂର୍ବରୁ ଅବକାରୀ ବିଭାଗ ତାର ବ୍ଲୁ ପ୍ରିଣ୍ଟ କାଢି ସାରିଥାଏ । କେବଳ ଅପେକ୍ଷା ଥାଏ କେତେବେଳେ ମାଫିଆ ଆସିବ ଆଉ ତାକୁ ଗିରଫ କରାଯିବ । ତେବେ ଏହି କ୍ରମରେ ନିର୍ବାଚନ ପରେ 5 କ୍ବିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରି ସାରିଲାଣି ଅବକାରୀ ଗୁଇନ୍ଦା ବିଭାଗ । ଯାହାର ଆନୁମାନିକ ମୂଲ୍ୟ 30 ଲକ୍ଷରୁ ଉର୍ଦ୍ଧ୍ବ ହେବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jul 30, 2019, 10:19 PM IST

ABOUT THE AUTHOR

...view details