ଓଡିଶା

odisha

ETV Bharat / state

ସିଲଭର ସିଟିରେ ଗଞ୍ଜେଇ ଚାଲାଣ, 2 ଗିରଫ - ସିଲଭର ସିଟିରେ ଗଞ୍ଜେଇ ଚାଲାଣ

ଗଞ୍ଜେଇ ଚୋରା ଚାଲାଣ ଖବର ପାଇଁ ଚାଉଳିଆଗଞ୍ଜ ଥାନା ପୋଲିସ ଚଢାଉ କରିଥିଲା । ଲିଙ୍କ ରୋଡରୁ ନେହେରୁପଲ୍ଲୀକୁ ଚାଲଣ ହେଉଥିଲା ଗଞ୍ଜେଇ । ଅଧିକ ପଢନ୍ତୁ...

ସିଲଭର ସିଟିରେ ଗଞ୍ଜେଇ ଚାଲାଣ
ସିଲଭର ସିଟିରେ ଗଞ୍ଜେଇ ଚାଲାଣ

By

Published : Aug 1, 2020, 6:52 AM IST

କଟକ: ଚାଉଳିଆଗଞ୍ଜ ଥାନା ପୋଲିସ ଜବତ କଲା ୧୦ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ। ଏହି ମାମଲାରେ ବ୍ୟବହୃତ ଗାଡି ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନାନୁସାରେ,ଏହି ଦୁଇ ଅଭିଯୁକ୍ତ ଏକ ଦୁଇ ଚକିଆ ଗାଡିରେ ବିପୁଳ ପରିମାଣର ଗଞ୍ଜେଇ ଲିଙ୍କ ରୋଡରୁ ନେହେରୁପଲ୍ଲୀ ଅଞ୍ଚଳକୁ ଚାଲାଣ କରାଯାଉଥିବା ଖବର ଜାଣିବାକୁ ପାଇଥିଲା ଚାଉଳିଆଗଞ୍ଜ ଥାନା ପୋଲିସ। ନେହେରୁ ପଲ୍ଲୀ ପହଞ୍ଚିବା ପୂର୍ବରୁ ଦୁଇଜଣଙ୍କୁ ଗଞ୍ଜେଇ ସହ ଗିରଫ କରିଛି ପୋଲିସ । ଉଭୟ ଗିରଫ ଅଭିଯୁକ୍ତ ଅରୁଣ କୁମାର ଦାସ ଓ ଅଶୋକ ସ୍ୱାଇଁ ବୋଲି ଜଣାପଡିଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details