କଟକ:ତଡ଼ିପାର ହେଲା ଗ୍ୟାଙ୍ଗ୍ଷ୍ଟାର ସକିଲ୍ । କଟକ ସହରରୁ ୬ ମାସ ପାଇଁ ତଡ଼ିପାର ହେଲା ଗ୍ୟାଙ୍ଗଷ୍ଟର ଶେଖ ସକିଲ । ତଡିପାର ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ କମିଶନର କୋର୍ଟ । ସକିଲକୁ ତଡ଼ିପାର ପାଇଁ କମିଶନର କୋର୍ଟରେ ଆବେଦନ କରିଥିଲା କଟକ କମିଶନରେଟ ପୋଲିସ । କିଛି ମାସ ତଳେ ଜାମିନରେ ଆସିଥିଲା ସକିଲ । ତା ନାଁରେ କଟକ ସହରର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଦାଦା ବଟି ଆଦାୟ, ବୋମା ମାଡ଼ କରିବା ଭଳି ମାମଲା ରହିଛି ।
ଏହା ମଧ୍ୟ ପଢନ୍ତୁ:ତଡିପାର ହେବ ଦୁର୍ଦ୍ଦାନ୍ତ ଅପରାଧି ସକିଲ
କଟକରେ 11ଜଣ ପେସାଦାର ଅପରାଧୀଙ୍କୁ ତଡ଼ିପାର କରିବା ପାଇଁ ପୋଲିସ କମିଶନରଙ୍କ ନିକଟରେ ଆବେଦନ କରିଥିଲା କଟକ କମିଶନରେଟ ପୋଲିସ । ଏନେଇ ପୋଲିସ କମିଶନର ସମ୍ପୃକ୍ତ 11ଜଣଙ୍କୁ ନୋଟିସ ଜାରି କରିଥିଲା । ଏହା ସହ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ଲିଖିତ ଭାବେ ପକ୍ଷ ରଖିବା ପାଇଁ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:ସରିଲା ଲୁଚକାଳି ଖେଳ, ଧରା ପଡ଼ିଲା ଗ୍ୟାଙ୍ଗଷ୍ଟାର ସକିଲ