ଓଡିଶା

odisha

ETV Bharat / state

ସିଲଭର ସିଟିରେ ଧୂମଧାମରେ ହେବ ଗଣେଶ ପୂଜା - ଗଣେଶ ପୂଜା

ଗଣେଶ ପୂଜାକୁ ନେଇ କଟକ ସହରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ପୂଜାକମିଟି ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 31, 2019, 9:09 PM IST

କଟକ: ଆସୁଛି ଗଣେଶ ପୂଜା । ଏନେଇ କଟକ ସହରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ପୂଜା କମିଟି ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ମୂର୍ତ୍ତି କାରିଗର ଗଣପତିଙ୍କ ରଙ୍ଗ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ପୂଜାକମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ସହିତ ବିଭିନ୍ନ ସାଜ୍ଜସଜା କରାଯାଉଛି । ଏଥର ଗଣେଶ ପୂଜାର ମାହୋଲ ଜମିବ ବୋଲି ସହରବାସୀ ଆଶା ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଦୁଇଦିନ ପରେ ଗଣେଶ ଚତୁର୍ଥୀ । ଯାହାକୁ ନେଇ ଉତ୍ସବ ମୁଖର ସହର । ଗଳିକନ୍ଦିରେ ଆରମ୍ଭ ହୋଇଯାଇଛି ତୋରଣ ନିର୍ମାଣ କାମ । କେଉଁଠି 60 ଫୁଟ ତ କେଉଁଠି 40 ଫୁଟ । ବିଭିନ୍ନ ଚିତ୍ରକଳାକୁ ଆଖି ଆଗରେ ରଖି ତିଆରି ହେଉଛି ବିଶାଳ ତୋରଣ । ରାଜ୍ୟ ବାହାରୁ କାରିଗର ଆସି ଏହି ତୋରଣ ତିଆରି କରୁଛନ୍ତି । ବର୍ଷା ବାଧକ ସାଜୁଥିଲେ ବି ଜାରି ରହିଛି କାମ । ସବୁ ବର୍ଷ ପରି ଚଳିତବର୍ଷ ମଧ୍ୟ କିଛି ନୂଆ ଢଙ୍ଗରେ ନିଜ ପୂଜା କମିଟିକୁ ଉପସ୍ଥାପିତ କରିବାକୁ ବ୍ୟଗ୍ର ରହିଛନ୍ତି ସମସ୍ତ ପୂଜା କମିଟି । ଦୁର୍ଗାପୂଜା ପରି ଗଣେଶ ପୂଜାକୁ ମଧ୍ୟ ପ୍ରତିଯୋଗିତା ଭିତ୍ତିରେ କରାଯାଉଥିବା ପୂଜା କମିଟି ମେମ୍ବରମାନେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଗଣେଶ ମୂର୍ତ୍ତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୋ ମାଟିଆ ପରେ ଖଡ଼ି ରଙ୍ଗ ସରିଛି । କେବଳ ବିଭିନ୍ନ ରଙ୍ଗରେ ସଜ୍ଜିତ ହେବା ପରେ ଗଣପତି ଜୀବନ୍ତ ପରି ଦୃଶ୍ୟ ହେବେ । ତେବେ ଆଉ 2 ଦିନ ମଧ୍ୟରେ ସମସ୍ତ ରଙ୍ଗ କାମ ସରିବ ବୋଲି କହିଛନ୍ତି ରଙ୍ଗ ମିସ୍ତ୍ରୀ ଶ୍ରୀଧର ପରିଡା ।

ଆଉ ଦିନ ଗୋଟିଏ ପରେ ପ୍ରଭୁ ଗଜାନନଙ୍କ ଆଗମନ ହେବ । ହେଲେ ଲଘୁଚାପ ଜନିତ ବର୍ଷା ସମସ୍ତ ପ୍ରସ୍ତୁତିକୁ ବାଧା ଦେବନି ତ? ଏନେଇ ସଂଶୟରେ ପଡିଛନ୍ତି ଉଭୟ ଭକ୍ତ ଆଉ ପୂଜା କମିଟି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details