ଓଡିଶା

odisha

ETV Bharat / state

ଆସୁଛନ୍ତି ବିଘ୍ନ ବିନାଶକ: ଉଠିବ ପଡିବ କଟକ, ମେଲୋଡି ଟିମ୍‌ ବି ପ୍ରସ୍ତୁତ - ସିଲଭର ସିଟିରେ ପୂଜା ପ୍ରସ୍ତୁତି

ଆସୁଛନ୍ତି ଅଗ୍ରପୂଜ୍ୟ । ମୂର୍ତ୍ତି ନିର୍ମାଣରେ ନିମଗ୍ନ ମୂର୍ତ୍ତି କାରିଗର । ବିଘ୍ନହର୍ତ୍ତାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ପୁରଠୁ ପଲ୍ଲୀ । ସିଲଭର ସିଟି କଟକରେ ବି ଆରମ୍ଭ ହୋଇଗଲାଣି ପୂଜା ପ୍ରସ୍ତୁତି । ସମସ୍ତ ପୂଜା ମଣ୍ଡପଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 15, 2023, 3:52 PM IST

ଉଠିବ ପଡିବ କଟକ ,ମେଲୋଡି ଟିମ ବି ପ୍ରସ୍ତୁତ

କଟକ: ଧରା ଛୁଇଁବ ପାର୍ବଣ ଋତୁ । ଆଉ କିଛି ଦିନ ପରେ ଗଣେଶ ପୂଜା । ବିଘ୍ନହର୍ତ୍ତାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ପୁରଠୁ ପଲ୍ଲୀ । ସିଲଭର ସିଟି କଟକରେ ବି ଆରମ୍ଭ ହୋଇଗଲାଣି ପୂଜା ପ୍ରସ୍ତୁତି। କଟକର ବିଭିନ୍ନ ଛୋଟ ବଡ଼ କ୍ଲବରେ ପ୍ରଭୁ ଗଜାନନ ପୂଜା ପାଇବେ। ତେଣୁ ସମସ୍ତ ପୂଜା ମଣ୍ଡପଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ସଜାସଜ୍ଜା ଗୁରୁତ୍ୱ ଦେଉଛନ୍ତି ପୂଜା କମିଟି ।

ପୂଜାକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ମୂର୍ତ୍ତି କାରିଗରମାନଙ୍କ ମଧ୍ୟରେ ତତ୍ପରତା ଦେଖା ଦେଇଛି । ଲୋକମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ମନୋରମ ମୂର୍ତ୍ତି ଗଢ଼ା କାର୍ଯ୍ୟରେ ମଜ୍ଜି ଯାଇଛନ୍ତି କାରିଗର । ବିଭିନ୍ନ ରଙ୍ଗ ଓ ଅଳଙ୍କାରରେ ଗଜାନନଙ୍କ ମୂର୍ତ୍ତି ସଜେଇ ହେବା ମଧ୍ୟ ଦେଖିବାକୁ ମିଳିଲାଣି । ମୂର୍ତ୍ତିଗୁଡ଼ିକ ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି ।

ସେପଟେ ମୂର୍ତ୍ତି ନିର୍ମାଣ ନେଇ କମିଶନରେଟ ପୋଲିସ ପକ୍ଷରୁ ନିୟମ କଡ଼ାକଡ଼ି କରାଯାଇଛି । ଆଉ ଏଥିପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ପୂଜା କମିଟି । ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣରୁ ନିବୃତ୍ତ ରହିଛନ୍ତି ମୂର୍ତ୍ତି କାରିଗର । ତେବେ କଟକର ମୂର୍ତ୍ତି କାରିଗରଙ୍କ କହିବାନୁଯାୟୀ,"ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମୂର୍ତ୍ତିଗଢ଼ା କାର୍ଯ୍ୟ । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂର୍ତ୍ତିଗୁଡ଼ିକ ନିର୍ମାଣ କରାଯାଉଛି । କେବଳ କଟକରେ ନୁହେଁ ବରଂ ରାଜ୍ୟ ବାହାରେ ବି ମୂର୍ତ୍ତିର ବେଶ ଚାହିଦା ରହିଛି ।"

ଅନ୍ୟପଟେ ପାର୍ବଣ ଆସିବା ପରେ ପୂଜାର ମାହୋଲରେ ଉଠିବ ପଡ଼ିବ କଟକର ବାଉନ ବଜାର ତେପନ ଗଳି । ପୂଜା ବଜାରକୁ ଆହୁରି ସରଗରମ କରିବ ମେଲୋଡି । ଭଳିକି ଭଳି ଗୀତ ଓ ନାଚର ଆସର ଜମିବ । ଲୋକଙ୍କ ମନ ଜିତିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି ମେଲୋଡି ଟିମ୍‌ । ବିଶେଷକରି ସମ୍ବଲପୁରୀ ହିନ୍ଦୀ ଓ ତେଲୁଗୁ , ଓଡ଼ିଆ ସିନେମାର ଗୀତରେ ଝୁମିବେ ଦର୍ଶକ । ଯେଉଁଥିପାଇଁ ପୂଜାର ଦେଢ଼ ମାସ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି କଳାକାରମାନେ ।

ପାର୍ବଣ ଋତୁ କେବଳ କଟକ ନୁହେଁ ବରଂ ଅନ୍ୟ ଜିଲ୍ଲା ଓ ରାଜ୍ୟରୁ ଆସୁଥିବା ଦର୍ଶକମାନଙ୍କ ପାଇଁ ପାଲଟିଥାଏ ଆନନ୍ଦ ଓ ଉଲ୍ଲାସର କେନ୍ଦ୍ରବିନ୍ଦୁ । ତେବେ ପୂଜା ମାହୋଲରେ ବିଶୃଙ୍ଖଳିତ କାର୍ଯ୍ୟ ବି ଅଧିକ ଦେଖିବାକୁ ମିଳେ କଟକରେ । ଶୃ୍ଙ୍ଖଳିତ ଦର୍ଶନ ସହ ଟ୍ରାଫିକ ବ୍ୟବସ୍ଥା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିବ ।

କଟକ, ଇଟିଭି ଭାରତ

ABOUT THE AUTHOR

...view details