ଓଡିଶା

odisha

ETV Bharat / state

ଆଉ ନାହାଁନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀ

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀଙ୍କ ପରଲୋକ । ତାଙ୍କ ମରଶରୀରକୁ ବାଖରାବାଦ ସ୍ଥିତ ରଖାଯାଇଥିବା ବେଳେ ଆମେରିକାରେ ଥିବା ପୁଅ, ବୋହୂ ଓ ହାଇଦ୍ରାବାଦରେ ରହୁଥିବା ଝିଅ ଆଜି ଆସିବା ପରେ ଶେଷକୃତ୍ୟ କରାଯିବ ।

By

Published : Sep 23, 2019, 9:45 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁମିତ୍ରା ଚୌଧୁରୀଙ୍କ ପରଲୋକ । ଗତକାଲି ବାଖରାବାଦ ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । 2 ବର୍ଷ ଅସୁସ୍ଥତା ସହ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ସେ ।

ତାଙ୍କ ମରଶରୀରକୁ ବାଖରାବାଦ ସ୍ଥିତ ରଖାଯାଇଥିବା ବେଳେ ଆମେରିକାରେ ଥିବା ପୁଅ, ବୋହୂ ଓ ହାଇଦ୍ରାବାଦରେ ରହୁଥିବା ଝିଅ ଆଜି ଆସିବା ପରେ ଶେଷକୃତ୍ୟ କରାଯିବ । ସେପଟେ ମରଶରୀରକୁ ଶୋଭାଯାତ୍ରାରେ ଥୋରିଆ ସାହି ସ୍ଥିତ ଗୁଣନିଧି ଭବନକୁ ନିଆଯିବା ସହ ସହର ପରିକ୍ରମା କରାଯାଇ ଖାନନଗର ତାଙ୍କର ଶେଷକୃତ୍ୟ କରାଯିବ।

ସ୍ବାଧୀନତା ସଂଗ୍ରାମରେ ଜଣେ ଆଗଧାଡିର ନେତ୍ରୀ ଥିଲେ ସୁମିତ୍ରା । ସମାଜସେବୀ, ସୁଲେଖିକା ସୁସଂଗଠିକା, ପତ୍ରିକା ସାମ୍ବାଦିକା ସହ ଜାତୀୟ ଓ ଆନ୍ତର୍ଜାତୟ ସ୍ତରରେ ଖ୍ୟାତି ସମ୍ପନ୍ନ ଏହି ମହିଳା ବେଶ ପରିଚିତ ଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details