ଓଡିଶା

odisha

ETV Bharat / state

ଫିଟୁଛି ଠକ ତାନ୍ତ୍ରିକ ଗୁମର, ଆଉ 80ଟି ଆକାଉଣ୍ଟ ଜବତ କଲା ପୋଲିସ - କୈଫିକର ବିଭିନ୍ନ ବ୍ୟାଙ୍କରେ ରହିଛି 80 ରୁ ଅଧିକ ଆକାଉଣ୍ଟ

4ଦିନିଆ ପୋଲିସ ରିମାଣ୍ଡର ଆଜି ତୃତୀୟ ଦିନରେ ପୋଲିସ ହାତରେ ଲାଗିଛି ବହୁ ଚାଞ୍ଚଲ୍ୟକର ତଥ୍ୟ। କୈଫିକ ର ବିଭିନ୍ନ ବ୍ୟାଙ୍କରେ ଥିବା 80 ରୁ ଅଧିକ ଆକାଉଣ୍ଟକୁ ଅଚଳ କରିଥିବା ବେଳେ 52 ଲକ୍ଷ ଟଙ୍କାର ଏଲ ଆଇ ସି ବଣ୍ଡକୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

fraud maulana kaifik khan
fraud maulana kaifik khan

By

Published : May 5, 2023, 11:01 PM IST

fraud maulana kaifik khan

କଟକ: ଠକ କୈଫିକ ଖାନର ଖୋଲୁଛି କଳା ସାମ୍ରାଜ୍ୟର କଳା ତାଲିକା। ତନ୍ତ୍ରମନ୍ତ୍ର ମାଧ୍ୟମରେ ଲୋକଙ୍କୁ ଧନୀ କରାଇବା ପ୍ରଲୋଭନ ଦେଖାଇ ଲକ୍ଷ କି ଦୁଇ ଲକ୍ଷ ନୁହେଁ ବରଂ ଏକ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଠକ ତାନ୍ତ୍ରିକର ଗୁମର କାଢୁଛି ପୋଲିସ । 4ଦିନିଆ ପୋଲିସ ରିମାଣ୍ଡର ଆଜି ତୃତୀୟ ଦିନରେ ପୋଲିସ ହାତରେ ଲାଗିଛି ବହୁ ଚାଞ୍ଚଲ୍ୟକର ତଥ୍ୟ। କୈଫିକ ର ବିଭିନ୍ନ ବ୍ୟାଙ୍କରେ ଥିବା 80 ରୁ ଅଧିକ ଆକାଉଣ୍ଟକୁ ଅଚଳ କରିଥିବା ବେଳେ 52 ଲକ୍ଷ ଟଙ୍କାର ଏଲ ଆଇ ସି ବଣ୍ଡକୁ ଜବତ କରିଛି। ତେବେ ଆଜି ରିମାଣ୍ଡର ତୃତୀୟ ଦିନରେ ତାର ସିନ ରିକ୍ରିଏସନ କରିଛି କଟକ ମଙ୍ଗଳାବାଗ ଥାନା ପୋଲିସ। ଆସନ୍ତାକାଲି ରିମାଣ୍ଡର ଶେଷ ହେବା ପରେ, କୈଫକକୁ କୋର୍ଟରେ ହାଜର କରିବ ପୋଲିସ।

ତେବେ ରିମାଣ୍ଡ ଅବଧିର ତୃତୀୟ ଦିନରେ ବହୁ ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିଛି ମଙ୍ଗଳାବାଗ ଥାନା ପୋଲିସ। ଏ ପର୍ଯ୍ୟନ୍ତ କୈଫିର ସାହାରା ଇଣ୍ଡିଆରେ ଥିବା 80 ରୁ ଅଧିକ ଫିକ୍ସଡ଼ ଆକାଉଣ୍ଟକୁ ଜବତ କରିବା ସହ ସେଗୁଡିକୁ ଅଚଳ କରିଛି ପୋଲିସ। ଏହା ଛଡା 52 ଲକ୍ଷ ଟଙ୍କାର ଏଲଆଇସି ବଣ୍ଡକୁ ମଧ୍ୟ ଜବତ କରିଛି ପୋଲିସ। ଯାହାର ପ୍ରିମିୟମ ବାବଦରେ କୈଫିକ 7 ଲକ୍ଷ ଟଙ୍କା ଦାଖଲ କରୁଥିଲା। କେବଳ ସେତିକି ନୁହଁ, ଜଗତପୁର ଠାରେ ତାର ଏକ ମୂଲ୍ୟବାନ ଜମି ଥିବା ପୋଲିସ ପଚରା ଉଚୁରା ବେଳେ ଜାଣିବାକୁ ପାଇଥିଲା। ବିଳାସ ପୂର୍ଣ୍ଣ ଜୀବନ କାଟୁଥିବା କୈଫିକର ଗୋଟିଏ କାର,ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି କୁ ଆଜି ଜବତ କରିଛି ମଙ୍ଗଳାବାଗ ଥାନା ପୋଲିସ। ତେବେ ତନ୍ତ୍ର ବିଦ୍ୟା ବଳରେ ଗୁପ୍ତଧନ ହାସଲ କରାଇ ଦେବା କହି ଠକିଥିବା ଲୋକଙ୍କ ଘର ସହ ଯାଗା ଜମିକୁ ନେଇ ତାର ସିନ ରିକ୍ରିଏସନ କରିଥିଲା ପୋଲିସ।

ସେହିପରି ରିମାଣ୍ଡ ସମୟ ମଧ୍ୟରେ ପୋଲିସ ଆଉ ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି। ଠକ ମୌଲାନା ବିଳାସପୂର୍ଣ୍ଣ ଜୀବନ ଯାପନ କରିବାକୁ ଚାହୁଁଥିବା ବେଳେ ସେ କୋରାନ ପାଠ ସହିତ ଗୁଣି ଗାରେଡି ବିଦ୍ୟା ହାସଲ କରିଛି। ତେବେ ମୌଲାନା ହିସାବରେ 8 ହଜାର ଟଙ୍କାର ଚାକିରୀ ନେଇ ଅଶାନ୍ତି ରେ ଥିଲା କୈଫିକ। କିପରି ବିଳାସପୂର୍ଣ୍ଣ ଜୀବନ ବିତାଇବ ସେଥିପାଇଁ ତା ମନ ସବୁବେଳେ ବ୍ୟାକୁଳ ଥିଲା। ସେଥିପାଇଁ ସେ ଏହି ପନ୍ଥା ବାଛିଥିବା ନେଇ କହିଛି।

ଇଟିଭି ଭାରତ, କଟକ

ABOUT THE AUTHOR

...view details