ଓଡିଶା

odisha

ETV Bharat / state

ତନ୍ତ୍ରମନ୍ତ୍ର ନାଁରେ ଟଙ୍କା ଠକେଇ, ଅଭିଯୁକ୍ତ ତାନ୍ତ୍ରିକ କୈଫି ଖାନର ଦାଦା ଗିରଫ - ତାନ୍ତ୍ରିକ କୈଫି ଖାନର ଦାଦା ଗିରଫ

ତନ୍ତ୍ରମନ୍ତ୍ର ନାଁରେ ଟଙ୍କା ଠକେଇ ଘଟଣା । ତାନ୍ତ୍ରିକ କୈଫି ଖାନର ଦାଦାକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

fraud maulana kaifi khan uncle arrested by police
fraud maulana kaifi khan uncle arrested by police

By

Published : Jun 17, 2023, 2:01 PM IST

fraud maulana kaifi khan uncle arrested by police

କଟକ: ତନ୍ତ୍ରମନ୍ତ୍ର ନାଁରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଘଟଣା । ବର୍ତ୍ତମାନ ଚୌଦ୍ଵାର ଜେଲରେ ରହିଛି ଠକ ମୌଲାନା କୈଫି ଖାନ । ଏହି ଘଟଣାରେ ସମ୍ପୃକ୍ତ କୈଫି ଖାନର ଜଣେ ସହଯୋଗୀକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ କୈଫି ଖାନର ଦାଦା ଅମୀର ଖାନ । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ତିନିରେ ପହଞ୍ଚିଛି । ଧାତଵ ସାମଗ୍ରୀ କିଣାକିଣି, ବାଧା ଦୂର ପାଇଁ ଧାର୍ଯ୍ୟ କରାଯାଇଥିବା ବକେୟା ଟଙ୍କା ଆଦାୟ, ଗାତ ଖୋଳାଖୋଳି ତଥା ଅନ୍ୟାନ୍ୟ କାମରେ ସହଯୋଗ କରୁଥିଲା ଅମୀର ।

ଗିରଫ ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା 419,420 ଓ 120(B) ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ । କୈଫି ଖାନ ବିରୁଦ୍ଧରେ ମୋଟ 6ଟି ମାମଲା ଏକାଧିକ ଥାନାରେ ରୁଜୁ କରାଯାଇଛି । ଗୋଟିଏ ମାମଲାରେ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ମିଳିଛି ଜାମିନ । ତେବେ ଅମୀର ଖାନ କୈଫି ଖାନକୁ ଆରମ୍ଭରୁ ସାହାଯ୍ୟ କରି ଆସୁଥିଲା । ତଦନ୍ତ କରିବା ପରେ ଅମୀରକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ତେବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିଲା ବେଳେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବ ବୋଲି କହିଛନ୍ତି ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ।

ଗତ ମାସରେ ତନ୍ତ୍ରମନ୍ତ୍ର କରି ଘରୁ ପ୍ରେତତ୍ମା ବାହାର କରି ଲୋକଙ୍କୁ ଲୁଟୁଥିବା ଠକ ମୌଲାନା କୈଫି ଖାନକୁ ଗିରଫ କରିଥିଲା ମଙ୍ଗଳାବାଗ ପୋଲିସ । ତା’ ଠାରୁ ଲକ୍ଷାଧିକ ଟଙ୍କା ସହିତ ଦୁଇଟି ଦାମୀ କାର କାର, 70 ନୂଆ ମୋବାଇଲ 20ଟି ଘଣ୍ଟା ସହ ତମ୍ବା ଜିନିଷ ଜବତ କରାଯାଇଥିଲା । ପ୍ରଥମେ ରାଣୀହାଟର ଜଣେ ମହିଳାଙ୍କ ଘରୁ ପ୍ରେତାତ୍ମା ବାହାର କରିବା ସହିତ ସେହି ଘରୁ ବାହାର କରିଥିବା ଗୁପ୍ତ ଧନକୁ ଶୋଧ କରିବା ପାଇଁ ଅଭିଯୁକ୍ତ 62 ଲକ୍ଷ ଲୁଟି ଥିବା ପୋଲିସ ପକ୍ଷରୁ ସୂଚନା ରହିଥିଲା । ତେବେ ଗିରଫ ନକଲି ବାବା ମୌଲାନା କୈଫି ଖାନ ଘର କଟକ କେଶର ପୁର ଅଞ୍ଚଳର ବୋଲି ଜଣା ପଡ଼ିଥିଲା ।

ମହିଳାଙ୍କୁ ପାଖାପାଖି ଏକ ବର୍ଷ ହେବ ଅନ୍ଧବିଶ୍ବାସର ଜାଲରେ ଫସାଇ 62 ଲକ୍ଷ ଟଙ୍କା ଠକିଥିଲା ଅଭିଯୁକ୍ତ । ପୋଲିସ ତାକୁ ଗିରଫ କରିବା ପରେ ନଗଦ 2 ଲକ୍ଷ 76 ହଜାର ଟଙ୍କା, 2ଟି ଦାମୀ କାର, 70ଟି ନୂଆ ମୋବାଇଲ ଫୋନ, 20ଟି ଘଣ୍ଟା, ବହୁ ପରିମାଣର ପିତଳ ସାମଗ୍ରୀ ଜବତ କରିଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details