ନିଆଳି :ନିଶା ବେପାରୀ ନାଁରେ ମୁହଁ ଖୋଲିବାରୁ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସିଠାଳ ପଞ୍ଚାୟତରେ । ତିନି ତିନି ଥର ସରପଞ୍ଚ ହୋଇଥିବା ପୂର୍ବତନ ସରପଞ୍ଚ ତଥା ବିଜେଡ଼ି ନେତା ଓ ବରିଷ୍ଠ ଓକିଲ ଅନ୍ତର୍ଯ୍ୟାମୀ ବଡୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଉଦ୍ଧାର କରାଯାଇ ମେଡିଲାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଏତାଲ ମଧ୍ୟ ଦିଆଯାଇଛି ।
ସୂଚନା ଅନୁସାରେ, ସିଠାଳୋ ନିକଟରେ ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀଙ୍କ ପାଖକୁ କିଛି ଦୁବୃର୍ତ୍ତ ଆସିଥିଲେ । ପରେ ନିଶା ବେପାରୀଙ୍କ ବିରୁଦ୍ଧରେ କାହିଁକି ଅଭିଯୋଗ କରୁଛୁ ପଚାରିବା ସହ 50 ହଜାର ଟଙ୍କା ଦାଦା ବଟି ମାଗିଥିଲେ। ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଭୁଜାଲିରେ ଅକ୍ରମଣ କରିଥିଲେ। ଆକ୍ରମଣରେ ଅନ୍ତର୍ଯ୍ୟାମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେ ଜୀବନ ବିକଳରେ ଘଟଣାସ୍ଥଳରୁ ଦଉଡ଼ି ପଳାଉ ଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କ ପିଛା କରିଥିଲେ।