ଓଡିଶା

odisha

ETV Bharat / state

ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ଭେଦଭାବ କରିବା ଓସିଏର ପୁରୁଣା ପରମ୍ପରା କହିଲେ ପୂର୍ବତନ କ୍ରୀଡା ସଂଗଠକ - ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ

ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ ମୃତ୍ୟୁ ପାଇଁ ଓସିଏକୁ ସିଧାସଳଖ ଦାୟୀ କରୁଛନ୍ତି ରାଜଶ୍ରୀଙ୍କ ପରିବାର । ସେପଟେ ଖେଳାଳି ଚୟନ ସମୟରେ ଭେଦଭାବ କରିବା ଓସିଏରେ ପୁରୁଣା ପରମ୍ପରା ବୋଲି କହିଛନ୍ତି ପୂର୍ବତନ କ୍ରୀଡା ସଂଗଠକ ବ୍ରଜ କିଶୋର ନନ୍ଦ । ଅଧିକ ପଢ଼ନ୍ତୁ

ରାଜଶ୍ରୀ ସ୍ବାଇଁ ମୃତ୍ୟୁ ପାଇଁ ଓସିଏକୁ ଦାୟୀ କଲେ ପୂର୍ବତନ କ୍ରୀଡା ସଂଗଠକ ବ୍ରଜ କିଶୋର ନନ୍ଦ
ରାଜଶ୍ରୀ ସ୍ବାଇଁ ମୃତ୍ୟୁ ପାଇଁ ଓସିଏକୁ ଦାୟୀ କଲେ ପୂର୍ବତନ କ୍ରୀଡା ସଂଗଠକ ବ୍ରଜ କିଶୋର ନନ୍ଦ

By

Published : Jan 15, 2023, 10:54 PM IST

ରାଜଶ୍ରୀ ସ୍ବାଇଁ ମୃତ୍ୟୁ ପାଇଁ ଓସିଏକୁ ଦାୟୀ କଲେ ପୂର୍ବତନ କ୍ରୀଡା ସଂଗଠକ ବ୍ରଜ କିଶୋର ନନ୍ଦ

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲାରେ ପୋଲିସ ଜାରି ରଖିଛି ତଦନ୍ତ । ଏହାରି ଭିତରେ ଝିଅ ମୃତ୍ୟୁ ପାଇଁ ରାଜଶ୍ରୀଙ୍କ ପରିବାର ଲୋକେ OCAକୁ ସିଧାସଳଖ ଦାୟୀ କରୁଛନ୍ତି । ତେବେ ଖେଳାଳି ଚୟନ ନେଇ ଓସିଏରେ ହେଉଥିବା ପ୍ରିୟାପ୍ରୀତି ପୋଷଣ ହିଁ ରାଜଶ୍ରୀଙ୍କ ମୃତ୍ୟୁର ଏକ ମାତ୍ର କାରଣ ବୋଲି କହି ଓଡିଶା କ୍ରିକେଟ ଆସୋସିଏସନକୁ କାଠଗଡାରେ ଛିଡା କରାଇଛନ୍ତି ପୂର୍ବତନ କ୍ରୀଡା ସଂଗଠକ ବ୍ରଜ କିଶୋର ନନ୍ଦ ।

ରାଜଶ୍ରୀଙ୍କ ମୃତଦେହ ମିଳିବାର ୩ ଦିନ ବିତିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠି ପାରିନାହିଁ । ସେପଟେ ରାଜଶ୍ରୀଙ୍କ ଗାଡ଼ିରୁ ଜବତ ହୋଇଥିବା ନୋଟ୍‌ରେ OCA କର୍ମକର୍ତ୍ତାଙ୍କ ନାଁ ରହିବା ପୁରା ମାମଲାକୁ ଭିନ୍ନ ମୋଡ଼ ଦେଇଛି । ତେବେ ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ ନେଇ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି । ବାସ୍ତବରେ ରାଜଶ୍ରୀଙ୍କ ମୃତ୍ୟୁ ପଛର କାରଣ କଣ ? ଯଦି ଏହା ଏକ ଆତ୍ମହତ୍ୟା, ତେବେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ଓଡ଼ିଶା ମହିଳା କ୍ରିକେଟ୍‌ର ଏହି ଉଦୀୟମାନ ତାରକା ? ଯଦି ମିଳିଥିବା ସୁଇସାଇଡ ନୋଟ୍‌ଟି ସତ, ତେବେ କାହିଁକି ନିଜ ମୃତ୍ୟୁ ପାଇଁ ନିଜ କୋଚ୍‌ ଏବଂ OCA କର୍ମକର୍ତ୍ତା ମଣ୍ଡେଲା ସାରଙ୍କୁ ଦାୟୀ କଲେ ରାଜଶ୍ରୀ ? ମୃତ ଦେହ ମଳିବାର ତିନି ପରେ ମଧ୍ୟ ଏହି ସମସ୍ତ ପ୍ରଶ୍ନ ଏବେ ବି ପ୍ରଶ୍ନ ହୋଇ ରହିଛି । ଏହାର ଉତ୍ତର ଖୋଜିବାରେ ଲାଗି ପଡ଼ିଛନ୍ତି କଟକର ଦୁଇ ଦୁଇଟି ଥାନାର ପୋଲିସ ।

ରାଜଶ୍ରୀଙ୍କ ଭଳି ଜଣେ କ୍ରିକେଟ ଖେଳାଳିଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ପୁରା ରାଜ୍ୟ କ୍ରିକେଟ ଜଗତକୁ ଦୋହଲାଇ ଦେଇଛି । କାରଣ OCA କର୍ମକର୍ତ୍ତାଙ୍କୁ ସିଧାସଳଖ ଦାୟୀ କରି କୌଣସି ପେସାଦାର କ୍ରିକେଟ ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିବା ରାଜ୍ୟରେ ପ୍ରଥମ । ଟିମ୍‌ ସିଲେକ୍ସନରେ ପାତରଅନ୍ତର ଏବଂ ନିରପେକ୍ଷତା ରହୁନଥିବା ଦର୍ଶାଇ ପୂର୍ବରୁ OCA ବିରୋଧରେ ଅଭିଯୋଗ ଆସୁଥିଲା । କିନ୍ତୁ ଏହି ଭେଦଭାବ ଯେ ଜଣଙ୍କର ଜୀବନ ନେଇଯିବ ତାହାର କଳ୍ପନା ମଧ୍ୟ କେହି କରିନଥିଲେ ।

ତେବେ ରାଜଶ୍ରୀଙ୍କ ମୃତ୍ୟୁ ପାଇଁ ଏକ ମାତ୍ର ଓସିଏ କର୍ତ୍ତୃପକ୍ଷ ହିଁ ଦାୟୀ ବୋଲି ଅଭିଯୋଗ କରିଆସୁଥିବା ତାଙ୍କ ପରିବାର ଲୋକଙ୍କ କଥାରେ ସ୍ୱର ମିଳାଇଛି ବିଜେପି । ଗତକାଲି OCA କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅନ୍ୟପଟେ ଖେଳାଳି ଚୟନ ସମୟରେ ଭେଦଭାବ କରିବା OCAରେ ପୁରୁଣା ପରମ୍ପରା ଏବଂ ଭୟର ବଶବର୍ତ୍ତି ହୋଇ କୌଣସି ଖେଳାଳି ଏହାର ପ୍ରତିବାଦ କରିନଥାନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କ୍ରୀଡ଼ା ସଂଗଠକ ବ୍ରଜ କିଶୋର ନନ୍ଦ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details