କଟକ:ସରିଲା ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । 2 ବର୍ଷ ଧରି ରାଜ୍ୟ ପାଇଁ ସେବା ଯୋଗାଇବା ପରେ 31 ଡିସେମ୍ବର ( ରବିବାର) ଆଜି ନିଜ କର୍ତ୍ତବ୍ୟରୁ ଅବସର ଗ୍ରହଣ କରିଛନ୍ତି ସୁନୀଲ ଵଂଶଲ । ସୁନୀଲଙ୍କ ପରେ ଆଜି ଅତିରିକ୍ତ ଡିଜିପି ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ । ତେବେ ସୁନୀଲ ଅବସର ନେବା ପରେ ଦୀର୍ଘ 2 ବର୍ଷ କାର୍ଯ୍ୟକଳାପ ଅନୁଭୁତି ବିଷୟରେ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।
ତେବେ ସୁନୀଲ କହିଛନ୍ତି, "ମହାପ୍ରଭୁଙ୍କ କୃପାରୁ ଆଜକୁ ଠିକ 2 ବର୍ଷ ତଳେ ଓଡ଼ିଶାର ଡିଜିପି ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ରାଜ୍ୟବାସୀଙ୍କୁ ସେବା ଦେବାରେ ସୁଯୋଗ ପାଇଛି । ମୋତେ ଓଡ଼ିଶାରେ କାର୍ଯ୍ୟ କରିବାର ସୁଯୋଗ ଓ ମୋ ଉପରେ ଭରସା ଦେଖାଇ ଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ପୁରୀ ରଥଯାତ୍ରା ଦୁଇ ବର୍ଷ ଓ ନିର୍ବାଚନ ସମୟରେ ମଧ୍ୟ ମୁଁ କାମ କରିଛି । ଯାହା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଓଡ଼ିଶାର ମାଓ ଦମନରେ ମଧ୍ୟ ଆମେ କିଛିଟା ସଫଳ ହୋଇଛୁ । ହେଲେ ସାଇବର କ୍ରାଇମ କିମ୍ବା ନାର୍କୋଟିକ୍ କ୍ରାଇମ୍ ରୋକିବା ଦିଗରେ ରାଜ୍ୟ ପୋଲିସ ଚ୍ୟାଲେଞ୍ଜ ଫେସ୍ କରିଛି । ଏଥିପାଇଁ ସାଇବର ସଚେତନତା ବହୁ ମାତ୍ରାରେ କରିଛୁ । ଯେକୌଣସି କ୍ଷେତ୍ରରେ ସାଧାରଣ ଲୋକଙ୍କଠାରୁ ପୋଲିସ ରେସ୍ପନ୍ସ ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି । ରାଜ୍ୟ ପୋଲିସରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ନୂଆ ନିଯୁକ୍ତି ମଧ୍ୟ କରାଇ ପାରିଛୁ । ଓଡ଼ିଆ ପୋଲିସକୁ ଅତ୍ୟାଧୁନିକ ଉପକରଣ କିଣିବା ନେଇ ରାଜ୍ୟ ସରକାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି । ଆସନ୍ତା ନୂଆ ବର୍ଷରେ ଲୋକସଭା ବିଧାନସଭା ନିର୍ବାଚନ ସୁରୁଖୁରୁରେ ସାରିବା ପାଇଁ ବନ୍ଦୋବସ୍ତ ମଧ୍ୟ କରିଛୁ । ଓଡ଼ିଶାରେ 2 ବର୍ଷର କାର୍ଯ୍ୟକାଳ ମଧ୍ୟରେ ମତେ ଆତ୍ମସନ୍ତୋଷ ମିଳିଛି ।"