କଟକ:କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ବଟି ମାଗିବା ଅଭିଯୋଗ ମାମଲା, ଘଟଣାରେ ଆସିଲା ନୂଆ ଟ୍ବିଷ୍ଟ । ପ୍ରତିକ୍ରିୟା ରଖିଲେ ଷ୍ଟାଣ୍ତରୁ ଚୋରି ହୋଇ ଥିବା ବାଇକର ମାଲିକ । ଗାଡ଼ି ମାଲିକ ଜଣକ ହେଲେ ପେନସନ ଲେନ ବାସିନ୍ଦା ସେକ ଆସିଫ ।
ବଟି ନୁହେଁ ବରଂ ଏକ ଗାଡ଼ି ଚୋରି ମାମଲାର ସମାଧାନ ପାଇଁ ହେଉଥିଲା ଆଲୋଚନା । ପାର୍କିଙ୍ଗ ଷ୍ଟାଣ୍ଡରୁ ହୋଇ ଥିଲା ବାଇକ ଚୋରି । ଗାଡ଼ି ମାଲିକଙ୍କୁ କ୍ଷତି ପୂରଣ ଦେବା ପାଇଁ ପାର୍କିଂ ଷ୍ଟାଣ୍ଡ ବ୍ୟବସାୟୀଙ୍କୁ କହୁଥିଲେ IIC । ଏ ନେଇ ପୂର୍ବରୁ ଅଭିଯୋଗ କରିଥିବା ବିଜେପିର ପ୍ରତିକ୍ରିୟା ମିଳିପାରି ନାହିଁ । ବାଲିଯାତ୍ରା ବେଳେ ବ୍ୟବସାୟୀ ମାନଙ୍କ ଠାରୁ ଜୁଲମ କରି ପୋଲିସ ମୋଟା ଅଙ୍କର ଚାନ୍ଦା ଆଦାୟ କରିଥିବାର ସଂଗୀନ ଅଭିଯୋଗ ହୋଇଥିଲା । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ:ବଟି ନେଇ ବଦଳି ହେଲେ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ