ଓଡିଶା

odisha

ETV Bharat / state

ବୈଦେଶିକ ନୀତି ଚୁକ୍ତିନାମାର ପ୍ରଥମ କର୍ମଶାଳା ଆୟୋଜିତ - meeting

ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ କଳିଙ୍ଗ ଇଣ୍ଟରନ୍ୟାସ୍‌ନାଲ ଫାଉଣ୍ଡେସନ୍‌ ମଧ୍ୟରେ ହୋଇଥିବା ବୈଦେଶିକ ନୀତି ଚୁକ୍ତିନାମାର ପ୍ରଥମ କର୍ମଶାଳା ଆଜି ଅନୁଷ୍ଠିତ ହୋଇଛି

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

By

Published : Feb 12, 2019, 10:44 PM IST

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ କଳିଙ୍ଗ ଇଣ୍ଟରନ୍ୟାସ୍‌ନାଲ ଫାଉଣ୍ଡେସନ୍‌ ମଧ୍ୟରେ ହୋଇଥିବା ବୈଦେଶିକ ନୀତି ଚୁକ୍ତିନାମାର ପ୍ରଥମ କର୍ମଶାଳା ଆଜି ଅନୁଷ୍ଠିତ ହୋଇଛି । କଳିଙ୍ଗ ଫାଉଣ୍ଡେସନର ମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହ ରେଭେନ୍ସାର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କୁ ବିଭିନ ବୈଦେଶିକ ନୀତି ସମ୍ପର୍କରେ ଅବଗତ କରାଇଥିଲେ । କିପରି ଭାବେ ବିଦେଶ ଗଲେ ସେଠାକାର ପରିସ୍ଥିତି ସହ ଖାପଖୁଆଇ ହେବ, ସେଥିପାଇଁ ଆଜି ପ୍ରଥମ କର୍ମଶାଳା ଆୟୋଜନ କରାଯାଇଥିଲା ।


ବିଶେଷ କରି ରାଜନୈତିକ, ଆର୍ଥିକ, ସାମାଜିକ, ରପ୍ତାନୀ, ଆମଦାନୀ ଓ ଦେଶ ଦେଶ ମଧ୍ୟରେ ସମ୍ପର୍କର ଟିକିନିଖି ଉଦାହରଣ ରଖିଥିଲେ ମାନସିଂହ । ଏହାସହିତ ବିଶ୍ୱବିଦ୍ୟାଳୟର ଯେଉଁ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢିବା ପାଇଁ ଯାଉଛନ୍ତି, ସେମାନେ କିପରି ବୈଦେଶକ ନୀତି ସମ୍ପର୍କରେ ଭଲ ଭାବରେ ଅବଗତ ହେବେ ସେ ଦିଗରେ ମଧ୍ୟ ବେଶ ଭଲ ଭାବରେ ସେ ବୁଝାଇଥିଲେ।


ରେଭେନ୍ସା ପରିସରରେ ଆୟୋଜିତ ଏହି କର୍ମଶାଳାରେ ଶତାଧିକ ଛାତ୍ରଛାତ୍ରୀ, କୁଳପତି ପ୍ରଫେସର ଇଶାନ ପାତ୍ରଙ୍କ ସମେତ ଅନ୍ୟ ବିଭାଗର ପ୍ରଫେସରମାନେ ଉପସ୍ଥିତ ରହିଥିଲେ ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details