ଓଡିଶା

odisha

ETV Bharat / state

ବିଶ୍ବବିଦ୍ୟାଳୟରେ ଚମକିବେ ଦୀପା, ପ୍ରଫେସର ହେବା ପାଇଁ ପଢିବେ ପିଏଚଡି - ରାଜ୍ୟରେ ପ୍ରଥମ ପ୍ରଫେସର ହେବେ କିନ୍ନର ଦୀପା

ସଂଘର୍ଷ, ପରିଶ୍ରମ ଓ ନିଷ୍ଠା ଆଣିଦେଲା ସଫଳତା । ରାଜ୍ୟରେ ପ୍ରଥମ ପ୍ରଫେସର ହେବେ କିନ୍ନର ଦୀପା । ଉତ୍କଳ ବିଶ୍ବବିଦ୍ୟାଳୟରେ କରିବେ ପିଏଚଡି । ଅଧିକ ପଢ଼ନ୍ତୁ

transgender deepa pursues phd at utkal university
ରାଜ୍ୟରେ ପ୍ରଥମ ପ୍ରଫେସର ହେବେ କିନ୍ନର ଦୀପା

By

Published : Jul 8, 2023, 7:41 PM IST

ରାଜ୍ୟରେ ପ୍ରଥମ ପ୍ରଫେସର ହେବେ କିନ୍ନର ଦୀପା

କଟକ: କଠିନ ପରିଶ୍ରମ ଓ ନିଜର ଦୃଢ଼ ମନୋବଳ ଆଗରେ ହାର ମାନିଛି ସମାଜର ଟାହି, ଟାପରା । ଓଡ଼ିଶାର ପ୍ରଥମ କିନ୍ନର ଭାବେ ରାଜ୍ୟ ତଥା ସମଗ୍ର କିନ୍ନର ସମାଜ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି ଦୀପା । ସେ ରାଜ୍ୟର ପ୍ରଥମ କିନ୍ନର ଭାବେ ପିଏଚଡି କରିବେ । ଉତ୍କଳ ବିଶ୍ବବିଦ୍ୟାଳୟରେ ବଟନୀ ବିଭାଗରେ ପିଏଚଡି କରିବା ପାଇଁ ଚୟନ ହୋଇଛନ୍ତି । ସମାଜରେ କିନ୍ନରଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା ବେଳେ ଦୀପା କିନ୍ନରଙ୍କ ରୋଲ ମଡେଲ ପାଲଟିଛନ୍ତି ।

କଟକ ହରିପୁର ଅଞ୍ଚଳର ଦୀପା କିନ୍ନର । ବାପା ଓ ମାଆଙ୍କ ନଜରରେ ଦିନେ ଦୀପା ପୁଅ ଥିଲେ । ସେଥିପାଇଁ ପରିବାର ଲୋକେ ବେଶ ଖୁସି ଥିଲେ । କିନ୍ତୁ ଭଗବାନଙ୍କ ସୃଷ୍ଟି କିଛି ଅଲଗା । ପୁଅ ହେଲେ ମଧ୍ଯ ଦୀପାଙ୍କୁ ପୁଅଙ୍କ ପୋଷାକ ଭଲ ଲାଗୁନଥିଲା । ସେଥିପାଇଁ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଅର୍ଥାତ୍ ୧୨ବର୍ଷ ବୟସରୁ ପାଲଟିଗଲେ ଝିଅ । ପରେ ପରିବାର ଲୋକଙ୍କ ନିନ୍ଦା ଅପବାଦ ସାଙ୍ଗକୁ ସମାଜ ଆଖିରେ ସେ ଘୃଣ୍ୟ ଏବଂ ତାତ୍ସଲ୍ୟର ପାତ୍ର ହୋଇଥିଲେ । ସଂକୀର୍ଣ୍ଣ ମାନସିକତାର ଲୋକେ 'ଛକା, ମାଇଚିଆ' କହି ଉପହାସ କଲେ । କିନ୍ତୁ ସେବେ ହାର ମାନି ନଥିଲେ ଦୀପା । ନିଜ ଲକ୍ଷ୍ୟକୁ ମଜଭୁତ କରି ଆଜି ସେ ଉଦ୍ଭିଦ ବିଜ୍ଞାନ(ବଟନୀ)ରେ ପିଏଚଡି ଡ଼ିଗ୍ରୀ ପାଇଁ ପ୍ରଥମ କିନ୍ନର ଭାବେ ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ରାଜ୍ୟ ଇତିହାସରେ ପ୍ରଥମ, ଓକିଲାତି କରିବେ କିନ୍ନର ସଲ୍‌ମା

ସଂଘର୍ଷ, ପରିଶ୍ରମ ଓ ନିଷ୍ଠା ଦୀପାଙ୍କୁ ଆଣି ଦେଇଛି ସଫଳତା । ନିଜ ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ତାଙ୍କର ଏହି ସଫଳତା ପାଇଁ କିନ୍ନର ସମାଜ ଠୁ ଆରମ୍ଭ କରି ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟୁଛି । ଏନେଇ ତାଙ୍କ ବନ୍ଧୁ କହିଛନ୍ତି, " ଆଜିକୁ ଠିକ୍ ଆଠବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର କହିବା ଶକ୍ତି ହରାଇ ବସିଲେ । ସେବେ ଠୁ ସେ କଥା କହି ପାରନ୍ତିନାହିଁ । ଦୀପାଙ୍କୁ ଭଲ କରିବା ପାଇଁ ସରକାର ସାହାଯ୍ୟର ହାତ ବଢ଼ାଇଲେ ସେ ଆଗକୁ ବଢ଼ି ପାରନ୍ତେ । ଦୀପା ସାରା ଜୀବନ କଥା କହିବା ସହ କିନ୍ନର ସମାଜରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ । "

ଇଟିଭି ଭାରତ, କଟକ

ABOUT THE AUTHOR

...view details