କଟକ: ରାସ୍ତାକଡ଼ରୁ ମୋମୋ, ପାଓଭାଜି, ପାମ୍ପଡ଼ି ଚାଟ, ଗୁପଚୁପ ଖାଉଥିଲେ ସାବଧାନ। ରାସ୍ତା କଡ଼ରେ ବିକ୍ରି ହେଉଥିବା ଖାଦ୍ୟ ହୋଇପାରେ ବିପଦ ଜନକ । କଟକର ରାଣୀହାଟ ପୋଲ ନିକଟରେ ବିଭିନ୍ନ ଫୁଡ଼ ଷ୍ଟଲରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ ଚଢ଼ାଉ କରିଛି । ଅସ୍ୱାସ୍ଥ୍ୟକର ପରିବେଶ ଓ ଅପମିଶ୍ରଣ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସିଏମସି ପକ୍ଷରୁ ଏହି ଚଢ଼ାଉ ହୋଇଛି । ପାଓଭାଜି, ମୋମୋ, ଚାଟ, ଗୁପଚୁପ ଭଳି ବିଭିନ୍ନ ଫାଷ୍ଟ ଫୁଡ଼ ଦୋକାନରେ ଚଢ଼ାଉ କରି ଖାଦ୍ୟ ଯାଞ୍ଚ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ମାଲକାନଗିରିର ବିଭିନ୍ନ ହୋଟେଲରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ
କଟକର ଷ୍ଟ୍ରିଟଫୁଡ଼ ବ୍ୟବସାୟ ଉପରେ ଅତର୍କିତ ଚଢ଼ାଉ କରିଛି ସିଏମସି ଖାଦ୍ୟ ସୁରକ୍ଷା ଟିମ । ବିଭିନ୍ନ ଷ୍ଟ୍ରିଟଫୁଡ଼ ଯେପରି ଚାଟ ,ଗୁପଚୁପ, ଫାଷ୍ଟଫୁଡ଼ ,ଦହିବରା ଇତ୍ୟାଦି ଖାଦ୍ୟର ମାନ ଯାଞ୍ଚ କରିଛି । ବିଶେଷକରି ସନ୍ଧ୍ୟା ସମୟରେ ଏହି ଖାଦ୍ୟର ଚାହିଦା ବେଶି ରହିଥାଏ ବୋଲି କଟକ ରାଣୀହାଟ ନିକଟରେ ଥିବା ଷ୍ଟ୍ରିଟ ଫୁଡ଼ ବ୍ୟବସାୟ ସ୍ଥଳରେ ପହଞ୍ଚି ପାଖାପାଖି ଅନେକ ବ୍ୟବସାୟୀଙ୍କ ଖାଦ୍ୟ ଯାଞ୍ଚ କରିଛି ଖାଦ୍ୟ ସୁରକ୍ଷା ଟିମ । ସେଥିମଧ୍ୟରୁ ଅନେକ ବ୍ୟବସାୟୀଙ୍କ ଲାଇସେନ୍ସ ନଥିଲା ବେଳେ ଅନେକଙ୍କ ଖାଦ୍ୟ ନିମ୍ନ ମାନର ବୋଲି ଟିମ ସ୍ପଷ୍ଟ କରିଛି । ନକଲି ସସ ସହିତ ବାସି ଖାଦ୍ୟ ବିକ୍ରି ହେଉଥିବା ବିଭାଗ ଦେଖିବାକୁ ପାଇଥିଲା ।