କଟକ: ସୃଷ୍ଟ ଲଘୁଚାପ ହେତୁ ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା । ଯେଉଁ କାରଣରୁ ଅନେକ ସ୍ଥାନରେ ପାଣି ଜମି ରହିଥିବାବେଳେ ଆଉ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବାଙ୍କି ଗଅଳବାଙ୍କରେ ୩୦ ଫୁଟର ଘାଇ, କଟକ-ବାଙ୍କି ଯୋଗାଯୋଗ ବିଛିନ୍ନ - ବାଙ୍କି ଗଅଳ ବାଙ୍କରେ ୩୦ ଫୁଟର ଘାଇ
ବର୍ଷା ହେତୁ କଟକ ଜିଲ୍ଲାର ବାଙ୍କି ଗଅଳବାଙ୍କ ନିକଟରେ ମହାନଦୀରେ ପ୍ରାୟ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ କଟକରୁ ବାଙ୍କି ଯୋଗାଯୋଗ ବିଛିନ୍ନ ହୋଇଛି । ଅଧିକ ପଢନ୍ତୁ...
![ବାଙ୍କି ଗଅଳବାଙ୍କରେ ୩୦ ଫୁଟର ଘାଇ, କଟକ-ବାଙ୍କି ଯୋଗାଯୋଗ ବିଛିନ୍ନ ବାଙ୍କି ଗଅଳ ବାଙ୍କରେ ୩୦ ଫୁଟର ଘାଇ, କଟକ ବାଙ୍କି ଯୋଗାଯୋଗ ବିଛିନ୍ନ](https://etvbharatimages.akamaized.net/etvbharat/prod-images/768-512-8600563-244-8600563-1598682995830.jpg)
ବାଙ୍କି ଗଅଳବାଙ୍କରେ ୩୦ ଫୁଟର ଘାଇ, କଟକ-ବାଙ୍କି ଯୋଗାଯୋଗ ବିଛିନ୍ନ
ବାଙ୍କି ଗଅଳବାଙ୍କରେ ୩୦ ଫୁଟର ଘାଇ, କଟକ-ବାଙ୍କି ଯୋଗାଯୋଗ ବିଛିନ୍ନ
ସେହିପରି ବର୍ଷା ହେତୁ କଟକ ଜିଲ୍ଲାର ବାଙ୍କି ଗଅଳବାଙ୍କ ନିକଟରେ ମହାନଦୀରେ ଘାଇ ସୃଷ୍ଟି ହୋଇଛି । ସୃଷ୍ଟି ହୋଇଥିବା ଘାଇ ପାଖାପାଖି ୩୦ ଫୁଟର ରହିଛି । ଏହି ଘାଇ ଦ୍ୱାରା ୪ଟି ଗାଁ ପ୍ରଭାବିତ ହୋଇଛି । ଏହା ବ୍ୟତୀତ ହଜାର ହଜାର ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି । ଘାଇ ସୃଷ୍ଟି ନେଇ କଟକରୁ ବାଙ୍କି ଯୋଗାଯୋଗ ବିଛିନ୍ନ ହୋଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ