ଓଡିଶା

odisha

ETV Bharat / state

ବନ୍ୟାରେ ବେହାଲ ନିଆଳି ଅଞ୍ଚଳର ଚାଷଜମି, ସ୍ଥାନୀୟ ଚାଷୀଙ୍କ କ୍ଷତିପୂରଣ ଦାବି - ବର୍ଷା ଧୋଇନେଲା ଫସଲ

ବର୍ଷା ଧୋଇନେଲା ଫସଲ । କାନ୍ଦୁଛନ୍ତି ନିଆଳି ବ୍ଲକର ଅନେକ ଚାଷୀ । କ୍ଷତିପୂରଣ ପାଇଁ ଦାବି କଲେ ସ୍ଥାନୀୟ ଚାଷୀ ଏବଂ ସରପଞ୍ଚ (flood impact on crop field in Niali)। ଅଧିକ ପଢନ୍ତୁ

ବନ୍ୟାରେ ବେହାଲ ନିଆଳି ଅଞ୍ଚଳର ଚାଷଜମି, କ୍ଷତିପୂରଣ ଦାବି କଲେ ସ୍ଥାନୀୟ ଚାଷୀ
ବନ୍ୟାରେ ବେହାଲ ନିଆଳି ଅଞ୍ଚଳର ଚାଷଜମି, କ୍ଷତିପୂରଣ ଦାବି କଲେ ସ୍ଥାନୀୟ ଚାଷୀ

By

Published : Aug 21, 2022, 6:22 PM IST

ନିଆଳି:ଦେବୀନଦୀରେ ବନ୍ୟା ଯୋଗୁଁ ଉଜୁଡ଼ି ଯାଇଛି ଚାଷଜମି । ବନ୍ୟାର ବିଭୀଷିକା ଧୋଇନେଲା ପରିବା ଚାଷୀଙ୍କ ସୁନାର ଫସଲ (flood impact on crop field in Niali) । କଟକ ଜିଲ୍ଲା ନିଆଳି ବ୍ଲକର ରାଣୀଓଳା ପଞ୍ଚାୟତ ବିଭିନ୍ନ ଗାଁରେ ଥିବା ଧାନଜମି ଏବଂ ପନିପରିବା ଚାଷ ସମେତ ପାନ ବରଜ କ୍ଷତିଗ୍ରସ୍ତ ହୋଇଛି ।‌ ଫଳରେ ପ୍ରଶାସନକୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଚାଷୀ ଏବଂ ସରପଞ୍ଚ ।

ବନ୍ୟାରେ ବେହାଲ ନିଆଳି ଅଞ୍ଚଳର ଚାଷଜମି

ରାଣୀଓଳା ପଞ୍ଚାୟତରେ ହେକ୍ଟର ହେକ୍ଟର ଚାଷଜମି ଜମି ଏକ ସପ୍ତାହ ହେବ ପାଣି ଘେରରେ ରହିବା କାରଣରୁ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ରାଣୀଓଳା ଅଞ୍ଚଳର ଲୋକମାନେ କେବଳ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତ ବର୍ଷ ବନ୍ୟାପାଣି ଯୋଗୁଁ ଚାଷ ଉଜୁଡି ଯାଇଛି । ଫଳରେ ପ୍ରଭାବିତ ହୋଇଛନ୍ତି ହଜାରହଜାର ଚାଷୀ ପରିବାର।ଏଥିପାଇଁ ରାଣୀଓଳା ପଞ୍ଚାୟତର ସରପଞ୍ଚ ତ୍ରିନାଥ ମହାନ୍ତି ଓ ଚାଷୀ କ୍ଷତିପୂରଣ ଦାବି କରିଛନ୍ତି।

ଏନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି, "ଦେବୀ ନଦୀର ପାଣିଆସି ଅନେକ ଚାଷଜମି ନଷ୍ଟ ହୋଇଛି । ଚାଷଜମି ରୁଆ ହେବା ପରେ ପାଣି ଆସିବାରୁ ବହୁ କ୍ଷତି ହୋଇଛି । ଏନେଇ ନିଆଳିର ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସହ ଆଲୋଚନା କରିଛୁ । ତହସିଲଦାର ଏବଂ ବିଡିଓ ଆମ ପଞ୍ଚାୟତକୁ ଆସିବେ । ସ୍ଥିତି ଅନୁଧ୍ୟାନ ପରେ କ୍ଷୟକ୍ଷତି ନେଇ ଆକଳନ ହେବ ।"


ଇଟିଭି ଭାରତ, ନିଆଳି

ABOUT THE AUTHOR

...view details