ଓଡିଶା

odisha

ETV Bharat / state

ଦେବୀ ନଦୀରୁ ମିଳିଲା ଭାସମାନ ପଥର, ଘରେ କରୁଛନ୍ତି ପୂଜାର୍ଚ୍ଚନା - ଭାସମାନ ପଥରକୁ ପୂଜାର୍ଚ୍ଚନା

ନଦୀରୁ ଭାସମାନ ପଥରକୁ ପାଇବା ପରେ ଘରେ ପୂଜାର୍ଚ୍ଚନା କରୁଛନ୍ତି ନିମାପଡ଼ା ବ୍ଲକ୍ ତୁଳସୀପୁର ପଞ୍ଚାୟତ ସାନହୁଲି ଗ୍ରାମର ସୁକାନ୍ତ ଭୋଇ । ଅଧିକ ପଢନ୍ତୁ

floating stone found
floating stone found

By

Published : Jun 10, 2023, 12:16 PM IST

floating stone found

ନିଆଳି: ମାଛ ମାରିବାକୁ ଯାଇଥିଲେ ନଦୀରୁ ମିଳିଲା ଭାସମାନ ପଥର । ଦେବୀ ନଦୀରୁ ଭାସମାନ ପଥର ମିଳିବା ପରେ ଘରେ ଆଣି ପୂଜାର୍ଚ୍ଚନା କରୁଛନ୍ତି ନିମାପଡ଼ା ବ୍ଲକ୍ ତୁଳସୀପୁର ପଞ୍ଚାୟତ ସାନହୁଲି ଗ୍ରାମର ସୁକାନ୍ତ ଭୋଇ । ଏହା ପରେ ଚତ୍ମକାରୀ ପଥରକୁ ଦେଖିବା ପାଇଁ ସୁକାନ୍ତ ଭୋଇଙ୍କ ଘରକୁ ଲାଗିଛି ଭିଡ ।

ସୂଚନା ଅନୁସାରେ, ସାନହୁଲି ଗ୍ରାମର ସୁକାନ୍ତ ଭୋଇ ହେଉଛନ୍ତି ଜଣେ ଦିନ ମଜୁରିଆ । ସେ ଗତ ଶନିବାର ଦିନ କଟକ ଜିଲ୍ଲା ନିଆଳି ବ୍ଲକର ଶିଖରଘାଟ ଦେବୀ ନଦୀକୁ ସାଙ୍ଗସାଥୀ ମାନଙ୍କ ସହ ମାଛ ମାରିବା ପାଇଁ ଯାଇଥିଲେ । ଆଉ ମାଛ ଧରୁଥିବା ସମୟରେ ଏକ ପଥର ଦେହରେ ମାଡ ହେବାରୁ ସେ ପଥରଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଓଜନ ଥିବା ପଥରଟି ବୁଡିବା ପରିବର୍ତ୍ତେ ପାଣିରେ କିପରି ଭାସୁଛି । ଏନେଇ ସେ ପଥରଟିକୁ ସାଙ୍ଗରେ ଧରି ଘରକୁ ପଳାଇ ଆସିଥିଲେ । ଆଉ ଏବେ ସେ ପଥରକୁ ସୁକାନ୍ତ ଭୋଇଙ୍କ ମା’ ରାଥି ଭୋଇ ଫୁଲ ଓ ସିନ୍ଦୁର ଦେଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ଏନେଇ ରାଥିଙ୍କ କହିଛନ୍ତି ଯେ, କଳି ଯୁଗରେ ପଥର ଖଣ୍ତକ ମିଳିଛି ସେ ପୁଣି ପାଣିରେ ବୁଡିବା ପରିବର୍ତ୍ତେ ଭାସୁଛି । ତେଣୁ ତାକୁ ବିଶ୍ବାସରେ ପୂଜୁଛନ୍ତି । ତ୍ରେତୟାରେ ଘଟିଥିବା ଏକ ବଡ଼ ଚମତ୍କାର ପୁନରାବୃତ୍ତି ହୋଇଛି ବୋଲି ବିଶ୍ୱାସ କରୁଛନ୍ତି ନିମାପଡ଼ା ବ୍ଲକ୍ ତୁଳସୀପୁର ପଞ୍ଚାୟତ ସାନହୁଲି ଗ୍ରାମର ସୁକାନ୍ତ ଭୋଇ ଏବଂ ତାଙ୍କର ମା' ରାଥି । ପ୍ରଭୁ ରାମଚନ୍ଦ୍ର ତ୍ରେତୟା ଯୁଗରେ ମାତା ସୀତାଙ୍କୁ ରାବଣ କବଳରୁ ରକ୍ଷା କରିବା ପାଇଁ ରାମ ସେତୁ ନିର୍ମାଣ କରିଥିଲେ । ସେତୁ ନିର୍ମାଣ ସମୟରେ ପଥର ପାଣିରେ ବୁଡି ଯାଉଥିଲା । କିନ୍ତୁ ବାନର ମାନଙ୍କ ଭିତରେ ନଳ ଓ ନୀଳ ନାମକ ଦୁଇ ବାନରଙ୍କୁ ମିଳିଥିବା ଅଭିଶାପ ସେଠାରେ ବରଦାନ ପାଲଟିଥିଲା । ନଳ ଓ ନୀଳ ପାଣିକୁ ପକାଉଥିବା ପ୍ରତ୍ୟେକ ଜିନିଷ ନବୁଡି ପାଣିରେ ଭାସୁଥିଲା ।

ଫଳରେ ନଳ ଓ ନୀଳ ଉଭୟଙ୍କ ହାତରେ ନଦୀରେ ପଥର ପକାଇ ସେତୁ ବନ୍ଧ ନିର୍ମାଣ କରାଯାଇଥିବା କଥା ଆଜି ବି ଉଜ୍ଜୀବିତ । କିନ୍ତୁ ଆଜି ବି ଲୋକମାନଙ୍କ ବିଶ୍ବାସ ରହିଛି ପଥର ବୁଡେ ନାହିଁ ପାଣିରେ ବି ଭାସେ । ହେଲେ ସୁକାନ୍ତ ଭୋଇ ପାଇଥିବା 5 ରୁ 6 କିଲୋ ଓଜନର ପଥର ପାଣିରେ ଭାସିବା ଏକ ଚମତ୍କାର । ସୁକାନ୍ତ ଭୋଇଙ୍କ ମା' ରାଥି ଭଗବାନ ଭାବି ପୂଜାର୍ଚ୍ଚନା କରିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ପର ଠାରୁ ଏହି ଭାସମାନ ପଥର ଆକୃତି ଜିନିଷଟିକୁ ଦେଖିବା ପାଇଁ ଭିଡ ଜମୁଛି ।


ଇଟିଭି ଭାରତ, ନିଆଳି

ABOUT THE AUTHOR

...view details