ଓଡିଶା

odisha

By

Published : Oct 30, 2022, 7:17 AM IST

Updated : Oct 30, 2022, 8:52 AM IST

ETV Bharat / state

ମହାନଦୀ ବିହାର ଲୁଟ ମାମଲା, ୫ ଅଭିଯୁକ୍ତ ଗିରଫ

କଟକ ମହାନଦୀ ବିହାରରେ ହୋଇଥିବା ବଡ଼ ଧରଣର ଡକାୟତିରେ ୫ ଅଭିଯୁକ୍ତ ଗିରଫ। କଟକ କମିଶନରେଟ ପୋଲିସ ଏମାନଙ୍କୁ ଗିରଫ କରିବା ସହ ନଗଦ 1ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି । ଅଧିକ ପଢ଼ନ୍ତୁ

ମହାନଦୀ ବିହାର ଲୁଟ ମାମଲା, ୫ ଅଭିଯୁକ୍ତ ଗିରଫ
ମହାନଦୀ ବିହାର ଲୁଟ ମାମଲା, ୫ ଅଭିଯୁକ୍ତ ଗିରଫ

କଟକ:କଟକ ମହାନଦୀ ବିହାର ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି କଟକ କମିଶନରେଟ ପୋଲିସ । ଡକାୟତି ମାମଲାରେ ସମ୍ପୃକ୍ତ ଥିବା ମୋଟ 5ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହାସହ ସେମାନଙ୍କ ଠାରୁ ନଗଦ 1ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ । ସେହିପରି 7ଟି ମୋବାଇଲ ଫୋନ ସହ ଡକାୟତିରେ ବ୍ୟବହୃତ ହୋଇଥିବା ଏକ କାର୍ ଏବଂ ଲୁଟ୍ ଟଙ୍କାରେ କିଣା ଯାଇଥିବା ଏକ ନୂଆ ବାଇକ ମଧ୍ୟ ଜବତ ହୋଇଛି ।

ମହାନଦୀ ବିହାର ଲୁଟ ମାମଲା, ୫ ଅଭିଯୁକ୍ତ ଗିରଫ

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ 2ଜଣ ଓଡିଶାର ହୋଇଥିବା ବେଳେ ଅନ୍ୟ 3 ଜଣ ଝାଡ଼ଖଣ୍ଡ ବାସିନ୍ଦା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଚିତ୍ତରଞ୍ଜନ ଓ ଦୀପ୍ତିରଞ୍ଜନ ଗୋଟିଏ ଅଫିସରେ ଆଗରୁ କାମ କରୁଥିଲେ । ଦୀପ୍ତିରଞ୍ଜନ ଦୀପ୍ତି ପଟ୍ଟନାୟକଙ୍କ ସମ୍ପର୍କୀୟ ଥିଲେ । ତେଣୁ ଦୀପ୍ତି ପଟ୍ଟନାୟକଙ୍କ ଟଙ୍କା କାରବାର ସମ୍ପର୍କରେ ସମସ୍ତ ତଥ୍ୟ ଜାଣିଥିଲେ ଦୀପ୍ତିରଞ୍ଜନ ।

ଘରେ ଟଙ୍କା ଥିବା କଥା ଦୀପ୍ତିରଞ୍ଜନ ଚିତ୍ତରଞ୍ଜନଙ୍କୁ କହିଥିଲେ । ଏନେଇ ଚିତ୍ତ ନିଜ ସାଙ୍ଗ ତାପସକୁ କହିଥିଲା । ପରେ ତାପସ ଝାରଖଣ୍ଡ ବାସିନ୍ଦା ସାଗର, ବିଜୟ ପଟେଲ, ଗଣେଷ ପ୍ରସାଦ ସୋନି ଓ ଦୀପକ ଝାଙ୍କୁ ଏନେଇ ସୂଚନା ଦେଇଥିଲେ । ଏହାପରେ ସମସ୍ତ ଅଭିଯୁକ୍ତ ଦୁଇ ଦିନ ଧରି ରେକି କରିବା ପରେ 21 ତାରିଖ ଦିନ ସକାଳୁ ଲୁଟ୍ କରିଥିଲେ । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟତମ ଅଭିଯୁକ୍ତ ସାଗର ଏପର୍ଯ୍ୟନ୍ତ ଧରାପଡିନଥିବାବେଳେ, ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।

ଏହା ମଧ୍ୟପଢ଼ନ୍ତୁ.ମହାନଦୀ ବିହାର ଡକାୟତି ଘଟଣା, ଶୀଘ୍ର ଗିରଫ ହେବେ ଅଭିଯୁକ୍ତ କହିଲେ ଡିସିପି

ଗତ 21 ତାରିଖରେ ମହାନଦୀବିହାର ବାସିନ୍ଦା ଦୀପ୍ତି ପଟ୍ଟନାୟକଙ୍କ ଘରରେ ପଶିଥିଲେ ଦୁର୍ବୃତ୍ତ । ଘର ଭିତରେ ଥିବା ଦୀପ୍ତିଙ୍କୁ ଏକ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିଲେ 18 ଲକ୍ଷ ଟଙ୍କା ସହିତ ସୁନା ଗହଣା । ଦୀପ୍ତି ପଟ୍ଟନାୟକଙ୍କ ଆଖି ସାମ୍ନାରେ କଳାକନା ବୁଲାଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଘର ଭିତରୁ ନଗଦ 18.5 ଲକ୍ଷ ଟଙ୍କା ସହ ସୁନାରୂପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ (Robbers loot 18 lakh cash and jewellery in Cuttack) । ଏ ସମ୍ପର୍କରେ ଦୀପ୍ତି ପଟ୍ଟନାୟକ ଚାଉଳିଆଗଞ୍ଜ ଥାନାକୁ ଜଣାଇଥିଲେ ।

ଖବରପାଇ ଚାଉଳିଆଗଞ୍ଜ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଦୀପ୍ତିଙ୍କୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲେ ଓ ଘଟଣା ସମ୍ପର୍କରେ ଛାନଭିନ୍ ଆରମ୍ଭ କରିଥିଲେ । ଡକାୟତି ମାମଲାରେ ପୋଲିସ ତତ୍ପର ହୋଇ ଉଠିଥିଲା । ପରେ କଟକ ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ ଅନୁସାରେ ଗଠନ ହୋଇଥିଲା ଏକ ସ୍ପେଶାଲ ଟିମ୍ ।

ଇଟିଭି ଭାରତ, କଟକ

Last Updated : Oct 30, 2022, 8:52 AM IST

ABOUT THE AUTHOR

...view details