ଓଡିଶା

odisha

ETV Bharat / state

Durga Puja Special: ମହାନବମୀରେ ମା’ ଦୁର୍ଗାଙ୍କ ପାଖରେ କାହିଁକି ଲାଗି ହୁଏ ମାଛ ଭୋଗ, ଜାଣନ୍ତି କି - mahanavami puja

ମହାମାୟାଙ୍କ ମହାନବମୀରେ ଚଳଚଞ୍ଚଳ । ଚାନ୍ଦିନଚୌକ ପୂଜା ମଣ୍ଡପରେ ମା'ଙ୍କ ପାଖରେ ମାଛ ଭୋଗ ଲାଗି ହେବାର ପରମ୍ପରା ରହିଛି । ଅଧିକ ପଢନ୍ତୁ

fish prasad on the eve of navami
ମା'ଙ୍କୁ ଲାଗି ହେଲା ମାଛ ଭୋଗ

By ETV Bharat Odisha Team

Published : Oct 23, 2023, 7:11 PM IST

ମା'ଙ୍କୁ ଲାଗି ହେଲା ମାଛ ଭୋଗ

କଟକ:ଆଜି ମହାମାୟାଙ୍କ ମହାନବମୀରେ ଚଳଚଞ୍ଚଳ କଟକ ସହର । ଜିଲ୍ଲା ତଥା ଜିଲ୍ଲା ବାହାରୁ କଟକକୁ ଛୁଟୁଛି ବହୁ ଭକ୍ତଙ୍କ ସୁଅ । ଆଜିର ଦିନରେ ଚାନ୍ଦିନଚୌକ ପୂଜା ମଣ୍ଡପରେ ମା'ଙ୍କ ପାଖରେ ମାଛ ଭୋଗ ଲାଗି ହେବାର ପରମ୍ପରା ରହିଛି। ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ଏହି ମାଛ ପ୍ରସାଦର ବ୍ୟବସ୍ଥା କରାଯାଇଛି। "ଚାନ୍ଦିନଚୌକ ପୂଜା ମଣ୍ଡପରେ ପ୍ରତ୍ୟକ ବର୍ଷ ମହାନବମୀ ଦିନ ମାଛ ଭୋଗ ଲାଗିବାର ପରମ୍ପରା ପୁରୁଷ ପୁରୁଷ ଧରି ଚାଲିଆସୁଛି" ବୋଲି କହିଛନ୍ତି କମିଟି ସଭାପତି । ତେବେ ସନ୍ଧ୍ୟା ଆଳତୀ ପରେ ମା'ଙ୍କ ପାଖରେ ଏହି ମାଛ ଭୋଗ ଲାଗି ହୋଇଥାଏ । ଆଉ ମାଛ ଭୋଗ ଲାଗି ହେବା ପରେ ଘରେ ଘରେ ଏହି ପ୍ରସାଦକୁ ବଣ୍ଟନ କରାଯାଇଥାଏ।

ଏହାସହ ଖେଚୁଡି, ଖଟା ମଧ୍ୟ ପ୍ରସାଦ ଭାବେ ଲାଗି କରାଯାଏ । ଏଠାରେ ଖଟା ପ୍ରସ୍ତୁତ ପାଇଁ ଭିନ୍ନ ପରମ୍ପରା ରହିଛି । କୌଣସି ବିଲାତି କିମ୍ବା ଓଉରେ ଖଟା ପ୍ରସ୍ତୁତ ହୁଏ ନାହିଁ। ବରଂ ମହାଷ୍ଟମୀ ଦିନ ମା'ଙ୍କ ନିକଟରେ ଯେଉଁ ପାଣି କଖାରୁର ବଳି ପକାଯାଇଥାଏ ସେହି ପାଣି କଖାରୁ ଦ୍ବାରା ହିଁ ଖଟା ପ୍ରସ୍ତୁତ କରାଯାଏ । ପ୍ରାୟ ୧୦ ହଜାର ଭକ୍ତଙ୍କ ପାଇଁ ଏହି ପ୍ରସାଦ ପ୍ରସ୍ତୁତ କରାଯାଇଥାଏ।

ଏହା ବି ପଢନ୍ତୁ...ଜମିଲା ମହାନବମୀ ପୂଜା, ପୁରୀ ଦୁର୍ଗାବାଡ଼ିରେ କୁମାରୀ କନ୍ୟାଙ୍କୁ ପୂଜାର୍ଚ୍ଚନା

ଏହା ବି ପଢନ୍ତୁ...ମହାମାୟାଙ୍କ ମହାନବମୀ, ଉତ୍ସବମୁଖର ଷ୍ଟିଲ ସିଟି

ସବୁଠାରୁ ବଡ଼ କଥା ହେଉଛି, ମାଟି ସରାରେ ଏହି ପ୍ରସାଦ ବଣ୍ଟାଯାଇଥାଏ । ତେବେ "ବଡ଼ ସରାର ମୂଲ୍ୟ ୨୦୦ ଟଙ୍କା ରହିଥିବାବେଳେ ଛୋଟ ସରାର ମୂଲ୍ୟ ୧୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ପ୍ରାୟ ୨୦ ରୁ ୩୦ ଜଣ ଲୋକଙ୍କୁ ନିୟୋଜିତ କରାଯାଇଛି" ବୋଲି କହିଛନ୍ତି ରୋଷେଇଆ । ତେବେ ମା'ଙ୍କ ପାଖରେ ଏଭଳି ସେବା କରିବାର ସୁଯୋଗ ପାଇଥିବାର ସେ ଖୁସି ବ୍ୟକ୍ତ କରିଛନ୍ତି।

ଏହା ବି ପଢନ୍ତୁ...ମହାନବମୀରେ ସିଦ୍ଧିଧାତ୍ରୀ ରୂପରେ ପୂଜା ପାଉଛନ୍ତି ଜଗତଜନନୀ

ଏପରିକି ଯେଉଁ ଲୋକ ସୋମବାର ଆମିଷ ଖାଆନ୍ତି ନାହିଁ ସେମାନେ ମଧ୍ୟ ଆମିଷ ଖାଇପାରିବେ ବୋଲି ବିଦ୍ଧି ରହିଛି । ଏହି ପ୍ରସାଦ ସେବନ କରିବା ସହ ମା'ଙ୍କ ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ । ତେବେ ଦୁର୍ଗାପୂଜାକୁ ନେଇ କଟକ ସହର ଚଳଚଞ୍ଚଳ ରହିଥିବାବେଳେ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟୁଛି । ଭଳିକି ଭଳି ଚାନ୍ଦିମେଢ ସହ ସୁନା ଅଳଙ୍କାରରେ ଝଲସୁଛନ୍ତି ଜଗତଜନନୀ ମା'ଦୁର୍ଗା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details