ଓଡିଶା

odisha

3ରୁ କଟକରେ ଜାତୀୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା

By

Published : Sep 1, 2019, 2:59 PM IST

କଟକ ଜବାହରଲାଲ ଇଣ୍ଡୋରରେ ଖେଳାଯିବ ଜାତୀୟ ସବ୍‌ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା । ଯେଉଁଥିରେ ଓଡ଼ିଶା ସମେତ 26ଟି ରାଜ୍ୟର ଖେଳାଳୀ ଅଂଶଗ୍ରହଣ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୁଣି ସିଲଭର ସିଟିରେ ଜାତୀୟ ସ୍ତରୀୟ ମ୍ୟାଚ । ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ 46ତମ ଜାତୀୟ ସବ୍‌ ଜୁନିୟର ବାସ୍କେଟ ବଲ ଚମ୍ପିଆନସିପ । ଯେଉଁଥିରେ ଭାଗ ନେବେ 26ଟି ରାଜ୍ୟର1000 ଖେଳାଳୀ ଅଂଶଗ୍ରହଣ କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସହାୟତାରେ କଟକ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ । ଚଳିତମାସ 3ରୁ ଆରମ୍ଭ ହୋଇ 9ରେ ଶେଷ ହେବ । ଏନେଇ ଖେଳାଳୀମାନଙ୍କ ରହିବା ପାଇଁ ଉଭୟ କଟକ-ଭୁବନେଶ୍ବରର ହୋଟେଲ ଓ ବାରବାଟୀ ଷ୍ଟାଡିୟମର କମ୍ପ୍ଲେକ୍ସରେ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ରାଜ୍ୟ ବାସ୍କେଟବଲ ଆସୋସିଏସନ । ତେବେ ଏହି ମେଗା ଇଭେଣ୍ଟକୁ କ୍ରୀଡାପ୍ରେମୀ ବେଶ ଉପଭୋଗ କରିବେ ବୋଲି କହିଛନ୍ତି ରାଜ୍ୟ ସମ୍ପାଦକ ଜ୍ଞାନ ରଞ୍ଜନ ପରିଡା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details