କଟକ: କୋରୋନା ପରେ ଏବେ ସ୍ବାଇନ ଫ୍ଲୁ ଆତଙ୍କ । ଏହି କ୍ରମରେ କଟକ ଏସସିବି ମେଡିକାଲରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ । ରକ୍ତ ପରୀକ୍ଷା ପଜେଟିଭ୍ ଥିବା ସୂଚନା । ସ୍ବାଇନ ଫ୍ଲୁ ସଂକ୍ରମଣରେ ଚିହ୍ନଟ ରୋଗୀ ଜଣକ ଜଗତସିଂହପୁରର ବୋଲି ଜଣାପଡିଛି ।
SCBରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ - କଟକ ଖବର
କଟକ ଏସସିବି ମେଡିକାଲରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ । ରକ୍ତ ପରୀକ୍ଷା ପରେ ପଜେଟିଭ୍ ଥିବା ସୂଚନା । ଅଧିକ ପଢନ୍ତୁ...
SCBରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ
SCBରେ ପ୍ରଥମ 'ସ୍ବାଇନ ଫ୍ଲୁ' ରୋଗୀ ଚିହ୍ନଟ
ରୋଗୀ ଜଣକ ସ୍ବାଇନ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇ ପ୍ରଥମେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ 2 ତାରିଖରେ ତାଙ୍କୁ ଏସସିବି ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କର ରକ୍ତ ନମୂନା ପଜେଟିଭ୍ ଆସିବା ପରେ ତାଙ୍କୁ ଏସସିବି ମେଡିକାଲର ସ୍ବାଇନ ଫ୍ଲୁର ସ୍ବତନ୍ତ୍ର ବିଭାଗରେ ରଖାଯାଇଛି । ପଲ୍ୟୁମୁନାରୀ ବିଭାଗର ବିଭାଗୀୟ ମୁଖ୍ୟ ତାଙ୍କର ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ରୋଗୀ ଜଣକର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ