କଟକ:କଟକ ଏସସିବି ମେଡିକାଲରେ ପ୍ରାଣ ହରାଇଲେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ (Bone Marrow) ହୋଇଥିବା ରୋଗୀ । ଗତ ୯ ତାରିଖରେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସବ୍ୟସାଚୀ ସାହୁ ନାମକ ରୋଗୀଙ୍କ ଏସସିବି ମେଡିକାଲରେ ପ୍ରଥମ ହାପଲୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା । ଏହି ସଫଳ ଅସ୍ତ୍ରୋପଚାର କରି ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗ ସୁନାମ ଆଣିଥିଲା । ତେବେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲା କଣ୍ଟାମାଳିମ ଅଞ୍ଚଳର ଶୁଭ୍ରାଂଶୁ ସବ୍ୟସାଚୀ ସାହୁ 2019ରୁ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଏହାପରେ ଏସସିବିରେ ଚିକିତ୍ସା ହୋଇ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ । କିନ୍ତୁ 2022 ମସିହାରେ ପୁଣିଥରେ ଅସୁସ୍ଥ ହୋଇଥିଲେ । ତେବେ କର୍କଟ ରୋଗ ତୃତୀୟ ଷ୍ଟେଜ ରହିଥିବା ବେଳେ କେମୋ ଥେରୋପି ଶେଷ ହୋଇଥିଲା, ତେଣୁ ପରିବାର ଭଗବାନଙ୍କ ଭରସାରେ ପୁଅକୁ ଛାଡି ଦେଇଥିଲେ । କିନ୍ତୁ ଏସସିବି ମେଡିକାଲରେ ଅସ୍ଥିମଜା ପ୍ରତିରୋପଣର(ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ) ସଫଳ ଅପରେସନ ପରେ ଏକ ନୂଆ ଜୀବନ ପାଇଥିଲେ ଶୁଭ୍ରାଂଶୁ ସବ୍ୟସାଚୀ ସାହୁ ।
ଏହା ମଧ୍ୟ ପଢନ୍ତୁ: କର୍କଟ ରୋଗୀକୁ ମିଳିଲା ନୂଆ ଜୀବନ, ଅସ୍ଥିମଜ୍ଜା ପ୍ରତିରୋପଣରେ ଏସସିବିକୁ ବଡ଼ ସଫଳତା