ଓଡିଶା

odisha

By

Published : Apr 20, 2023, 12:41 PM IST

ETV Bharat / state

SCBରେ ମକଡ୍ରିଲ, ଅଗ୍ନିକାଣ୍ଡ ମୁକାବିଲା ପାଇଁ ସ୍ବତନ୍ତ୍ର ତାଲିମ

ନିଆଁକୁ ଆୟତ ପାଇଁ ମକଡ୍ରିଲ । ଜରୁରୀ ପରିସ୍ଥିତିରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଏଡାଇବାକୁ କଟକ ଏସସିବି ମେଡିକାଲ ପରିସରରେ ଫାୟାର ମକଡ୍ରିଲ ହୋଇଛି ।

Fire mock drill at SCB
SCBରେ ମକଡ୍ରିଲ

SCBରେ ମକଡ୍ରିଲ

କଟକ:ବିଭିନ୍ନ ସମୟରେ ହସ୍ପିଟାଲ ଗୁ଼ଡିକରେ ଅଗ୍ନିକାଣ୍ଡ ଘଟିବା ପରି ଖବର ସମ୍ନାକୁ ଆସିଛି । ଅନେକ ଧନ ଜୀବନ ନଷ୍ଟ ହୋଇଛି ।ଜରୁରୀ ପରିସ୍ଥିତିରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଏଡାଇବାକୁ ତଥା ନିଆଁକୁ ଆୟତ୍ତ ପାଇଁ ମକଡ୍ରିଲ ହୋଇଛି । କଟକ ଏସସିବି ମେଡିକାଲ ପରିସରରେ ଫାୟାର ମକଡ୍ରିଲ ହୋଇଛି । ମେଡିକାଲରେ ନିଆଁ ଲାଗିଲେ ତୁରନ୍ତ କିପରି ନିଆଁକୁ ଆୟତ୍ତ କରାଯିବ ସେ ନେଇ ବିଭିନ୍ନ କୌଶଳ ଦେଖାଇଛନ୍ତି ଅଗ୍ନିଶମ କର୍ମଚାରୀ । ସ୍ବତନ୍ତ୍ର ତାଲିମ ନେଇଛନ୍ତି ଏସସିବି ହସ୍ପିଟାଲ କର୍ମଚାରୀ ।

ନିଆଁ ଲାଗିବା ସମୟରେ ଯଦି କୌଣସି ବ୍ୟକ୍ତି ଉପର ମହଲାରେ ନିଆଁ ମଧ୍ୟରେ ଫସି ରହୁଛି ସିଡି ମାଧ୍ୟମରେ ଉଦ୍ଧାର କରି ଆମ୍ବୁଲାନ୍ସରେ ଭର୍ତ୍ତି କରିବାର ଡେମୋ ଦେଖାଇଛନ୍ତି ଅଗ୍ନିଶମ କର୍ମଚାରୀ । ସେହିପରି ଅଗ୍ନିକାଣ୍ଡ ହେଲେ ପ୍ରଥମେ ନିଆଁକୁ ଆୟତ୍ତ କରିବାକୁ ଫୋମ୍ ସ୍ପ୍ରେ ବ୍ୟବହାର କରି ନିଆଁ ଲିଭାଇବାକୁ ମେଡିକାଲର ନର୍ସ ଏବଂ କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି କଟକ ଅଗ୍ନିଶମ କର୍ମଚାରୀ । ଜରୁରୀ ପରିସ୍ଥିତି ସମୟରେ ଏହି ମକଡ୍ରିଲ ସହାୟକ ହେବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ।

ବୁଧବାର ଅପରାହ୍ନରେ ବଡ ମେଡିକାଲରେ ଅଗ୍ନିଶମ ଵିଭାଗ ତରଫରୁ ଫାୟାର ମକଡ୍ରିଲ କରାଯାଇଛି । କୌଣସି ଆକସ୍ମିକ ଅଗ୍ନିକାଣ୍ଡ ଘଟିଲେ ଉପସ୍ଥିତ କର୍ମଚାରୀ, ଅଧିକାରୀ କିଭଳି ନିଆଁକୁ ଆୟତ୍ତ କରିପାରିବେ, ସେ ସମ୍ପର୍କରେ ଅଗ୍ନିଶମ କର୍ମଚାରୀମାନେ ପ୍ରଶିକ୍ଷଣ ଦେଇଥିଲେ । ଏହା ସହ ମେଡିକାଲରେ ଜରୁରୀକାଳୀନ ପରିସ୍ଥିତି ପାଇଁ କେଉଁ ସଵୁ ଉପକରଣ ଆଵଶ୍ୟକ ଓ ସେଗୁଡିକ କିଭଳି ସର୍ଵଦା କାର୍ଯ୍ୟକ୍ଷମ ରଖାଯିଵ । ସେ ନେଇ ଅଗ୍ନିଶମ କର୍ମଚାରୀ ମାନେ ଏସସିଵି ମେଡିକାଲ କର୍ମଚାରୀ, ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ଵ୍ୟତୀତ ଅଗ୍ନିକାଣ୍ଡ ଭଳି ଘଟଣା ଘଟିଲେ, ରୋଗୀମାନଙ୍କୁ କିପରି ସ୍ଥାନାନ୍ତର, ହସ୍ପିଟାଲ ଵିଲଡିଂରେ ସେଫ୍ ଜୋନ୍ ଓ ଵଫର ଜୋନର ଵ୍ୟଵହାର ଉପରେ ମଧ୍ୟ ମେଡିକାଲ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଅନ୍ୟପଟେ ଏହି ପ୍ରଶିକ୍ଷଣ ନେଇ ମେଡିକାଲ କର୍ତ୍ତୃପକ୍ଷ ବେଶ ଖୁସି ପ୍ରକଟ କରିଥିଲା ବେଳେ ଆଗାମୀ ଦିନରେରେ ମେଡିକାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ କଡାକଡି କରିବା ସହ ରୋଗୀ କର୍ମଚାରୀଙ୍କ ଧନ ଜୀବନ ରକ୍ଷା କରାଯାଇ ପାରିବ । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ଏସିବିରେ ବଢିଥିଲା ବେଳେ ଅତ୍ୟାଧୁନିକ ମେସିନର ବ୍ୟବହାର ଏସିବିରେ ଵୃଦ୍ଧି ପାଇଛି । ତେଣୁ କୌଣସି ଅଗ୍ନିକାଣ୍ଡ ଯେପରି ନ ଘଟେ ତାହା ପୂର୍ବରୁ ସଚେତନ ରହିବା ପାଇଁ ଏହି ମକଡ୍ରିଲ ବେଶ ସହାହକ ହେବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆରମ୍ଭ ହୋଇଛି ଏହି ମକଡ୍ରିଲ ବ୍ୟବସ୍ଥା । ସବୁ ସରକାରୀ କାର୍ଯ୍ୟଳୟ ,ମେଡିକାଲରେ ମକଡ୍ରିଲ କରାଯାଉଛି । ଆଗମୀ ଦିନରେ ଅନ୍ୟ ସ୍ଥାନରେ ଏହା ମକଡ୍ରିଲ କରାଯିବ ।


ଇଟିଭି ଭାରତ, କଟକ

ABOUT THE AUTHOR

...view details