ଓଡିଶା

odisha

ମାଲଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ମୂଲ୍ୟର ଖାଇବାତେଲ ନଷ୍ଟ

By

Published : Aug 15, 2019, 11:27 PM IST

କଟକ ମାଲଗୋଦାମର ଏକ ଖାଇବା ତେଲ ଗୋଦାମରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। କାରଣ ଅସ୍ପଷ୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସିଲଭର ସିଟିରେ ଅଗ୍ନିକାଣ୍ଡ । ସହରର ମାଲଗୋଦାମରେ ଥିବା ଏକ ଖାଇବା ତେଲ ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ ଗୋଦାମରେ ଥିବା ସମସ୍ତ ଖାଇବା ତେଲ ନଷ୍ଟ ହୋଇଥିବା ଜଣାପଡିଛି । ତେବେ ଗୁରୁବାର ବଜାର ବନ୍ଦ ଥିବାରୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଖାଇବା ତେଲ ନଷ୍ଟ ହୋଇଥିବା ଜଣାପଡ଼ିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details