ନିଆଳି:ବିଏସଏନଏଲ କାର୍ଯ୍ୟାଳୟରେ ନିଆଁ । ଜଳିଗଲା ଆସବାବପତ୍ର । ନିଆଁର ଆଁରେ ପାଉଁଶ ହୋଇଗଲା ନିଆଳି ବ୍ଲକ ଜଲ୍ଲାରପୁରସ୍ଥିତ ବିଏସଏନଏଲ କାର୍ଯ୍ୟାଳୟ । କଟକ ଜିଲ୍ଲା ନିଆଳି ବ୍ଲକ ଜଲ୍ଲାରପୁରସ୍ଥିତ ବିଏସଏନଏଲ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜେନେରେଟର ଓ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଛି । ଗୁରୁବାର ମଧ୍ୟାହ୍ନରେ ଘଟିଛି ଏଭଳି ଅଘଟଣ । ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କର୍ମଚାରୀ କହୁଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।
ସେପଟେ କାର୍ଯ୍ୟାଳୟରେ ନିଆଁ ଲାଗିଥିବାରୁ ଅନେକ କାମ ମଧ୍ୟ ବନ୍ଦ ହୋଇଯାଇଛି । ଗତ କିଛିଦିନ ଧରି ଏହି BSNL କାର୍ଯ୍ୟାଳୟରେ ନାନା ଅଘଟଣ ଲାଗି ରହିଛି । ଗତ ଦୁଇ ମାସ ପୂର୍ବରୁ 48ଟି ବ୍ୟାଟେରୀ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ବେଳେ ଗୁରୁବାର ଅଗ୍ନିକାଣ୍ଡରେ BSNL କର୍ମଚାରୀଙ୍କ କାର୍ଯ୍ୟରେ ସନ୍ଦେହ ସୃଷ୍ଟି କରିଛି ।