କଟକ: ଭୟାବହ ଅଗ୍ନୀକାଣ୍ଡ । ଅଗ୍ନିକାଣ୍ଡ ରେ ଦୁଇଟି ମୋଟର ସାଇକେଲ, 10ଟି ସାଇକେଲ ଓ ବହୁ ସାମଗ୍ରୀ ନଷ୍ଟ ହୋଇଯାଇଛି।ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିୟାକୁ ଆୟତ୍ତ କରିଛି ।
ବସ୍ତିରେ ନିଆଁ ଲାଗି ପୋଡ଼ିଗଲା ୧୨ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ - କଟକ ଭୟାବହ ଅଗ୍ନୀକାଣ୍ଡ
କଟକ କାଠଯୋଡି ନଦୀ କୂଳରେ ସିଡିଏ 11 ନମ୍ବର ରେ ଥିବା ବସ୍ତିରେ ଅଗ୍ନୀକାଣ୍ଡ ଘଟି 12ଟି ଘର ଜଳିଯାଇଛି । ଲକ୍ଷାଧିକ ଟଙ୍କାର ସମ୍ଫତ୍ତି ନଷ୍ଟ ହୋଇଛି । ଅଧିକ ପଢନ୍ତୁ...
![ବସ୍ତିରେ ନିଆଁ ଲାଗି ପୋଡ଼ିଗଲା ୧୨ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ fire breaks in cuttack kotahjodi cda 11 basti area](https://etvbharatimages.akamaized.net/etvbharat/prod-images/768-512-9666788-thumbnail-3x2-ctc.jpg)
ବସ୍ତିରେ ନିଆଁ ଲାଗି ପୋଡ଼ିଗଲା ୧୨ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ବସ୍ତିରେ ନିଆଁ ଲାଗି ପୋଡ଼ିଗଲା ୧୨ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ସୂଚନା ଅନୁଯାୟୀ କଟକ କାଠଯୋଡି ନଦୀ କୂଳରେ ସିଡିଏ 11 ନମ୍ବର ରେ ଥିବା ବସ୍ତିରେ ଅଗ୍ନୀକାଣ୍ଡ ଘଟି 12ଟି ଘର ଜଳିଯାଇଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ। ତେବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ତେବେ ଶୀତ ଦିନ ହୋଇଥିବାରୁ ଆଗକୁ ଏହି ଗରିବ ଲୋକ କିପରି ଚଳିବେ ସେଥିପ୍ରତି ଧ୍ୟାନ ଦେବାକୁ ଦାବୀ କରିଛନ୍ତି ବସ୍ତି ବାସିନ୍ଦା ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ