କଟକ: ଜଗତପୁରସ୍ଥିତ ସଦ୍ଗୁରୁ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିବା ଜଣାପଡିଛି । ଆଇସିୟୁରେ ନିଆଁ ଲାଗିଥିବା ଯୋଗୁଁ ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କିପରି ନିଆଁ ଲାଗିଲା, ଏନେଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏହି ଘଟଣାରେ କୌଣସି ପ୍ରାଣହାନୀ ହୋଇନଥିବା ସୂଚନା ରହିଛି ।
କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, 127 ରୋଗୀ ସୁରକ୍ଷିତ ସ୍ଥାନାନ୍ତର - ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ
13:45 September 21
ସଦଗୁରୁ କୋଭିଡ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା; ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା
ଏଠାରେ ସୂଚନା ଥାଉ ଯେ, 40ଟି ଆମ୍ବଲାନ୍ସ ଜରିଆରେ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆଇସିୟୁରେ ଚିକିତ୍ସିତ ହେଉଥିବା ଥିବା 24 ରୋଗୀଙ୍କୁ ଅନ୍ୟଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରାଞ୍ଚଳ ଆରଡିସି ଅନିଲ ସାମଲ ଘଟଣାସ୍ଥଳକୁ ପରିଦର୍ଶନ କରି ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ମୋ ବସ ଜରିଆରେ କୋଭିଡ ରୋଗୀଙ୍କୁ ସ୍ତାନାନ୍ତର କରାଯାଇଛି । ହସ୍ପିଟାଲରେ ମୋଟ 127 ରୋଗୀ ଚିକିତ୍ସିତ ହେଉଥିବାବେଳେ ସମସ୍ତଙ୍କୁ ଅନ୍ୟ ଡାକ୍ତରଖାନା ଗୁଡିକୁ ସ୍ଥାନାନ୍ତର କରାଯାଇଛି ।
ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି ଏବଂ ଏସିରୁ ନିଆଁ ଲାଗି ଅଗ୍ନିକାଣ୍ଡ ହୋଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ଏହାସହ ସମସ୍ତ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ