ଓଡିଶା

odisha

ଫାଇନ୍ ଇଣ୍ଡିସେଲ୍ସ ଚିଟଫଣ୍ଡ ଠକେଇ ମାମଲା, ନାସିର ଖାନଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ

By ETV Bharat Odisha Team

Published : Nov 21, 2023, 7:41 AM IST

ଫାଇନ୍ ଇଣ୍ଡିସେଲ୍ସ ଚିଟଫଣ୍ଡ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନାସିଲ ଖାନଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

Fine india chit fund fraud case
Highcourt grants conditional bail to Nasir khan

କଟକ: ମହମ୍ମଦ ନାସିର ଖାଁଙ୍କୁ ସର୍ତ୍ତମୂଳକ ଜାମିନ । ଫାଇନ୍ ଇଣ୍ଡିସେଲ୍ସ ପ୍ରାଇଭେଟ୍ ଚିଟପଣ୍ଡ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଚଳଚ୍ଚିତ୍ର ପ୍ରଯୋଜକ ମହମ୍ମଦ ନାସିର ଖାଁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତ ସର୍ତ୍ତ ଧାର୍ଯ୍ୟ କରି ନାସିରଙ୍କୁ ଜାମିନରେ ଛାଡ଼ିପାରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ତେବେ ସବୁ ତାରିଖରେ ନିମ୍ନ ଅଦାଲତରେ ନାସିର ହାଜର ହେବେ । ଏହାସହିତ ଜାମିନରେ ଆସି କୌଣସି ଅପରାଧିକ ମାମଲାରେ ସମ୍ପୃକ୍ତ ହେବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ସେହିପରି ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତରେ ତାଗିଦ କରିଛନ୍ତି । କେବଳ ସେତିକି ନୁହେଁ, ଯଦି ଏହି ସର୍ତ୍ତ ଉଲ୍ଲଂଘନ ହୁଏ ତେବେ ‌ଜାମିନ ବାତିଲ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ନାସିର ଖାଁ ଫାଇନ ଇଣ୍ଡିଆ କମ୍ପାନୀ ନାଁରେ 500 କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା । 2009 ମସିହା ଅକ୍ଟୋବର 20ରେ କ୍ରାଇମବ୍ରାଞ୍ଜ ନାସିର ଖାଁଙ୍କୁ ଗିରଫ କରିଥିଲା ।
ଏହା ବି ପଢନ୍ତୁ: ଜୁନିଅର ମେଡିକାଲ ଅଫିସର ନିଯୁକ୍ତି ପ୍ରସଙ୍ଗ, ଅଙ୍କୁଶ ଲଗାଇଲେ ହାଇକୋର୍ଟ

କ'ଣ ରହିଥିଲା ପୁରା ମାମଲା ?
ଫାଇନ୍ ଇଣ୍ଡିସେଲ୍ସ ସଂସ୍ଥାରେ ଟଙ୍କା ନିବେଶ କରି ‌ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଜଣେ ବ୍ୟକ୍ତି ୨୦୦୯ରେ ବାଲେଶ୍ବର ସହଦେବଖୁଣ୍ଟା ଥାନାରେ ଏତଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଠକେଇ ମାମଲାର ତଦନ୍ତ ଭାର ସିବିଆଇ ନେଇଥିଲା । କଳାଧନ କାରାବର ସମ୍ପର୍କରେ ତଥ୍ୟ ମିଳିବା ପରେ ଇଡି ଏହି ପ୍ରସଙ୍ଗରେ ତଦନ୍ତ କରିଥିଲା । ସଂସ୍ଥାର ମୁଖ୍ୟ ମହମ୍ମଦ ନାସିର ଖାଁ ଏକ ଚଳଚ୍ଚିତ୍ର ‘ସାଡୋ’ ନିର୍ମାଣ କରିଥିଲେ । ଚଳଚ୍ଚିତ୍ରର ନାୟକ ତଥା ଦୃଷ୍ଟିବାଧିତ ଅଭିନେତା ନାସିର ଜମାକାରୀଙ୍କ ଟଙ୍କାରେ ସ୍ୟାଡୋ ଚଳଚ୍ଚିତ୍ର ନିର୍ମାଣ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହି ସଂସ୍ଥା ବାଲେଶ୍ବର, ଭଦ୍ରକ, ଝାରସୁଗୁଡା ଭଳି ସ୍ଥାନରେ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ କରିଥିଲେ । ଏଥି ସହିତ କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶରେ ମଧ୍ୟ ଏହି ସଂସ୍ଥାର ଠକେଇର ଶିକାର ହୋଇଥିଲେ ହଜାର ହଜାର ଜମାକରୀ । ୨୦୧୯, ଫେବ୍ରୁଆରୀ ୧୪ରୁ ନାସିର ଜେଲରେ ଥିବାବେଳେ ସିବିଆଇ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିଥିଲେ । ତେବେ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟ ଜାମିନ ଖାରଜ ହେବା ପରେ ନାସିର ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏବେ ହାଇକୋର୍ଟ ନାସିର ଖାନକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଇଟିିଭି ଭାରତ, କଟକ

ABOUT THE AUTHOR

...view details