ଓଡିଶା

odisha

ETV Bharat / state

FIH Hockey World CUP 2023: ଷ୍ଟାଡିୟମ ପ୍ରସ୍ତୁତ ଅଛି କହିଲେ କ୍ରୀଡାମନ୍ତ୍ରୀ - ହକି ବିଶ୍ବକପ

ହକି ବିଶ୍ବକପ ନେଇ ରାଜ୍ୟର କୋଣ ଅନୁକୋଣରେ ଫ୍ୟାନ୍ସଙ୍କ ମଧ୍ୟରେ ବଢିଲାଣି ଉତ୍ସାହ । ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରସ୍ତୁତି ସରିଥିବା କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢ଼ନ୍ତୁ

ଷ୍ଟାଡିୟମ ପ୍ରସ୍ତୁତ ଅଛି କହିଲେ କ୍ରୀଡାମନ୍ତ୍ରୀ
ଷ୍ଟାଡିୟମ ପ୍ରସ୍ତୁତ ଅଛି କହିଲେ କ୍ରୀଡାମନ୍ତ୍ରୀ

By

Published : Dec 25, 2022, 10:03 PM IST

ଷ୍ଟାଡିୟମ ପ୍ରସ୍ତୁତ ଅଛି କହିଲେ କ୍ରୀଡାମନ୍ତ୍ରୀ

କଟକ: ଆଉ ହାତ ଗଣତି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ବକପ । ରାଜ୍ୟର ଭୁବନେଶ୍ବର ଓ ରାଉରକେଲା ଅନୁଷ୍ଠିତ ହେବ ହକି ମହାକୁମ୍ଭ । ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ । ଯାହାକୁ ନେଇ ରାଜ୍ୟର କୋଣ ଅନୁକୋଣରେ ଫ୍ୟାନ୍ସଙ୍କ ମଧ୍ୟରେ ବଢିଲାଣି ଉତ୍ସାହ । ତେବେ ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରସ୍ତୁତି ସରିଥିବା କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ।

ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି । ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବରେ ନିର୍ମାଣ ହୋଇଥିବା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ ହଜାରରୁ ଊର୍ଦ୍ଧ୍ବ ଦର୍ଶକ ବସିବା ପାଇଁ ସ୍ଥିର ହୋଇଛି । ଏହାଛଡା ଗତକାଲିଠାରୁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେଉଛି । ୨୦୧୮ ମସିହାରେ ଓଡ଼ିଶାରେ ହକିର କ୍ରେଜ୍‌ ଯେତିକି ରହିଥିଲା ତାହା ୨୦୨୩ରେ ଦ୍ବିଗୁଣିତ ହୋଇଛି । ତେବେ ଆସନ୍ତା ହକି ବିଶ୍ୱକପ ବେଶ ଉଚ୍ଚକୋଟିର ହେବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ତେବେ ଗତ ଅଲମ୍ପିକ୍‌ସ୍‌ରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ଥିଲା ଓ ନିଶ୍ଚୟ ଆସନ୍ତା ବିଶ୍ୱକପରେ ତାହାର ସଫଳ ରୂପାୟନ ଦେଖିବାକୁ ମିଳିବ ବୋଲି କହିଛନ୍ତି କ୍ରୀଡାମନ୍ତ୍ରୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details