ନିଆଳି:ସରିବାକୁ ବସିଲାଣି ମାର୍ଚ୍ଚ ମାସ । ତଥାପି ସରୁନି ମଣ୍ଡି ସମସ୍ୟା । ସରକାର କିମ୍ବା ସେବା ସମବାୟ ସମିତି, ମିଲର୍ସ ମାନଙ୍କ ମନମାନୀ ଯୋଗୁଁ ନିଆଳିରେ ଚାଷୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ଧାନ ବିକ୍ରୟ ହୋଇପାରୁନଥିବା କାରଣ ଚିନ୍ତାରେ ପକାଇଛି ଚାଷୀଙ୍କୁ ।
ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ କେହି ମଧ୍ୟ ଚାଷୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ଧାନଚାଷୀ ରାଜରାସ୍ତାକୁ ଓହ୍ଲାଉଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକର ଅଁଳୋ ସେବା ସମବାୟ ସମିତି ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରୁନଥିବା ଅଭିଯୋଗ ହେଉଛି ।