ଓଡିଶା

odisha

ETV Bharat / state

କଟକରେ ‘ଫନି’ ଇଫେକ୍ଟ - ‘ଫନି’ ଇଫେକ୍ଟ

ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ସକାଳୁ ବର୍ଷା ଲାଗି ରହିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । 30ରୁ 40 କିମି ବେଗରେ ପବନ ବହୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : May 3, 2019, 11:18 AM IST

କଟକ: ସାମୁଦ୍ରିକ ଝଡ ‘ଫନି’ ପୁରୀରେ ଲ୍ୟାଣ୍ଡଫଲ କରିବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକରେ ମଧ୍ୟ ‘ଫନି’ର ପ୍ରଭାବ ପଡିଛି । ଏହାର ପ୍ରଭାବରେ କଟକରେ ସକାଳୁ ବର୍ଷା ଲାଗି ରହିଥିବା ବେଳେ 30ରୁ 40 କିମି ବେଗରେ ପବନ ବହୁଛି । ଧିରେ ଧିରେ ବର୍ଷା ପରିମାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ବାତ୍ୟା ପାଇଁ ସହରର ତଳିଆ ଅଞ୍ଚଳର ବସ୍ତିବାସିନ୍ଦାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାରିତ କରାଯାଇଛି । ସେମାନଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା ମଧ୍ଯ କରାଯାଇଛି । ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details