କଟକ: 'ଫନି' ଦୋହଲାଇଥିଲା ସିଲଭରସିଟି ସ୍ଥିତି । ସହରକୁ ଛାଡିଦେଲେ ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ଫନି କ୍ଷତିଗ୍ରସ୍ତଙ୍କ ଦୁଃଖ ଲାଘବ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟସରକାର । 'ଫନି'ରେ ସର୍ବାଧିକ ପ୍ରଭାବିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ 'ଫନି' ସହାୟତା ପ୍ରଦାନ କରାଯାଇଛି । ବିଭିନ୍ନ ପଞ୍ଚାୟତର ବାତ୍ୟା ପ୍ରପୀଡିତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ , ଫନି ଘରଭଙ୍ଗା ସହାୟତା ରାଶି ଓ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି । ଏଥିରେ ଆଇନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିଥିଲେ ।
'ଫନି' ପ୍ରପୀଡିତଙ୍କୁ ସହାୟତା ବାଣ୍ଟିଲେ ପଞ୍ଚାୟତରାଜ ମନ୍ତ୍ରୀ - ani-cyclone-compensation-distribute
ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆଇନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ବାତ୍ୟା ଫନି ପ୍ରପୀଡିତଙ୍କୁ ସହାୟତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ , ଫନି ଘର ଭଙ୍ଗା ସହାୟତା ରାଶି ଓ ମଙ୍ଗଳ ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।
ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଓ ଫନି ସହାୟତା ରାଶି ବଣ୍ଟନ କରିଛନ୍ତି । ଏଥିସହ ମଙ୍ଗଳ ଯୋଜନା ସହାୟତା ଓ ଦିବ୍ୟାଙ୍ଗ ମାନଙ୍କୁ ଉପକରଣ ବଣ୍ଟନ କରିଛନ୍ତି ମନ୍ତ୍ରୀ । ଯୋଗ୍ୟ ହିତାଧିକାରୀ ମାନେ ସରକାରୀ ପ୍ରୋତ୍ସାହନରୁ କେବେ ହେଲେ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Aug 25, 2019, 2:20 PM IST