କଟକ: ଆଜିର ଦିନ ଯେତିକି ଗର୍ବିତ କରୁଛି ସେତିକି ଯନ୍ତ୍ରଣାଦାୟୀ ବି । ଦେଶମାତୃକା ପାଇଁ ଖାଲି ହୋଇଯାଇଥିଲା କେତେ କୋଳ । କାର୍ଗିଲ 'ବିଜୟ'କୁ ସିନା 20 ବର୍ଷ ପୁରିଯାଇଛି ହେଲେ ଆଜି ବି ପୁଅର ପସନ୍ଦର ଖାଦ୍ୟକୁ ମନେ ପକାଇ ଝୁରୁଛି ମାଆ । ତାର ସେହି ବୋଉ ଡାକ ଆଉ ପଖାଳ ଚିଙ୍ଗୁଡି ଶାଗ ପ୍ରତି ଲୋଭ । ହେଲେ ମାଆ ହାତ ରନ୍ଧା ଅପେକ୍ଷା ତାକୁ ଭାରି ପ୍ରିୟ ଥିଲା ତା’ ଦେଶ । ସେଥିପାଇଁ ବୋଧେ ଦେଶ ପାଇଁ ଦେଇଗଲା ସର୍ବଶ୍ରେଷ୍ଠ ବଳିଦାନ ।
ସେତେବେଳେ କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିଲେ କଟକ ଚୌଦ୍ବାରର ରାଜକିଶୋର ସାହୁ । 1999 ମେ 3ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଦୀର୍ଘ 60 ଦିନ ପରେ ଶେଷ ହୋଇଥିଲା । କିନ୍ତୁ ଘଟଣାର କିଛି ଦିନ ପରେ ଅର୍ଥାତ 1999 ମସିହା ମେ 28 ତାରିଖ ଘରକୁ ସେନା କାର୍ଯ୍ୟାଳୟରୁ ଫୋନ ଆସେ । ଆଉ କୁହାଯାଏ ଯୁଦ୍ଧରେ ନିଖୋଜ ହୋଇଯାଇଛନ୍ତି ବୀର ରାଜକିଶୋର ।