ଓଡିଶା

odisha

ETV Bharat / state

ଯୁବକଙ୍କ ସନ୍ଦେହଜନକ ମୃତ୍ୟ, ହତ୍ୟା ଅଭିଯୋଗ ଆଣିଲେ ପରିବାର - ଯୁବକଙ୍କ ସନ୍ଦେହଜନକ ଆବସ୍ଥାରେ ମୃତ୍ୟ

ମନୋଜ ବସ୍ତିଆଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ରାସ୍ତାରେ ମୃତଦେହ ରଖି ପ୍ରତିବାଦ। ଅଧିକ ପଢ଼ନ୍ତୁ

ମନୋଜ ବସ୍ତିଆଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା
ମନୋଜ ବସ୍ତିଆଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା

By

Published : May 23, 2023, 7:26 AM IST

ମନୋଜ ବସ୍ତିଆଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା

ନିଆଳି: ନିଖୋଜ ପରେ ମିଳିଲା ମୃତଦେହ । ପୁଅର ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ପରିବାର । ହତ୍ୟା ଆଭିଯୋଗ ଆଣି ରାସ୍ତା ଅବରୋଧ କଲେ ପରିବାର ଓ ଗ୍ରାମବାସୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଥାନା କୂଳ ସିଠାଳୋ ଗ୍ରାମରେ । ମୃତ ବ୍ୟକ୍ତିଙ୍କ ନାଁ ମନୋଜ ହୋଇଥିବା ବେଳେ ମନୋଜ ବସ୍ତିଆଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହରେ । ମନୋଜଙ୍କୁ କିଏ ଓ କାହିଁକି ମାରିଲା ସେନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ଲୋକେ ।

ଅଧିକ ପଢ଼ନ୍ତୁ: ଅସହ୍ୟ ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା, ଉପକୂଳରେ କାଳବୈଶାଖୀ ପ୍ରଭାବ

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ରବିବାର ରାତିରୁ ନିଖୋଜ ହୋଇଯାଇଥିଲେ ମନୋଜ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପାହଳ ନିକଟରେ ମୃମୁର୍ଷୁ ଅବସ୍ଥାରେ ମନୋଜ ପଡିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଗୁରୁତ୍ବର ଅବସ୍ଥାରେ ମନୋଜକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ମନୋଜଙ୍କର ମୃତ୍ୟୁ ହୋଇଯାଇଥିଲା । ବଡ ମେଡିକାଲରେ ମନୋଜଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ମନୋଜଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।‌ ମନୋଜଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ଥିବାରୁ ମନୋଜଙ୍କୁ କେହି ଅପହରଣ ପରେ ହତ୍ୟା କରିଥିବା ପରିବାର ଓ ସ୍ଥାନୀୟ ଲୋକମାନେ ସନ୍ଦେହ କରିଥିଲେ ।

ଏହାପରେ ପରିବାର ନିଆଳି ଥାନା ସିଠାଳୋ ବ୍ରିଜ ନିକଟରେ ମନୋଜଙ୍କ ଶବ ରଖି ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ ପାଇଁ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମନୋଜଙ୍କ ଘରଠୁ ପାହାଳ ହେଉଛି ପାଖାପାଖି ୪୦ କିମି ଦୂର । ତେବେ ମନୋଜ ପାହାଳ ନିକଟକୁ ଗଲେ କେମିତି ଗଲେ । ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେବା ଘଟଣା ଓ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ସୃଷ୍ଟି ହେଲା କିପରି ? ଏନେଇ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ । ତେବେ ରାସ୍ତା କଡ଼ରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଏବଂ ମନୋଜଙ୍କ ମୋବାଇଲ ଫୋନରୁ ଯଦି ତଦନ୍ତ ଆରମ୍ଭ ହୁଏ ତେବେ ମନୋଜ ଘରଠାରୁ ପାହାଳ ପର୍ଯ୍ୟନ୍ତ କିପରି ଗଲେ ଏବଂ ସେଠାରେ ତାଙ୍କର କିପରି ମୃତ୍ୟୁ ହେଲା କାରଣ ଜଣାପଡନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଇଟିଭି ଭରତ, ନିଆଳି

ABOUT THE AUTHOR

...view details