ଓଡିଶା

odisha

ETV Bharat / state

ନିଃସର୍ତ୍ତ କ୍ଷମା ପ୍ରାର୍ଥନା; କ୍ଷମା କରିଦେଲେ ହାଇକୋର୍ଟ, ଜେଲରୁ ମୁକୁଳିବେ ଗିରଫ ଦୁଇ ବ୍ୟକ୍ତି - କ୍ଷମା କରିଦେଲେ ହାଇକୋର୍ଟ

ହାଇକୋର୍ଟରେ ମିଛ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ କୋର୍ଟ ପରିସରରେ ୨ ଜଣଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏହି ମାମଲାରେ ଅନ୍ୟ ୯ ଜଣଙ୍କର ଆଗୁଆ ଜାମିନକୁ ରଦ୍ଦ କରିଦେଇଥିଲେ ହାଇକୋର୍ଟ। ଉକ୍ତ ୯ ଜଣଙ୍କୁ ଗିରଫ କରିବାକୁ କୋଣାର୍କ ପୋଲିସ କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପଢନ୍ତୁ

ନିଃସର୍ତ୍ତ କ୍ଷମା ପ୍ରାର୍ଥନା , କ୍ଷମା କରିଦେଲେ ହାଇକୋର୍ଟ, ଜେଲରୁ ମୁକୁଳିବେ ଗିରଫ ଦୁଇ ବ୍ୟକ୍ତି
ନିଃସର୍ତ୍ତ କ୍ଷମା ପ୍ରାର୍ଥନା , କ୍ଷମା କରିଦେଲେ ହାଇକୋର୍ଟ, ଜେଲରୁ ମୁକୁଳିବେ ଗିରଫ ଦୁଇ ବ୍ୟକ୍ତି

By ETV Bharat Odisha Team

Published : Oct 30, 2023, 9:51 PM IST

କଟକ: ମିଛ ତଥ୍ୟ ଦେଇ ହାଇକୋର୍ଟରୁ ୨ ଜଣ ଗିରଫ ଘଟଣା। ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପରେ ମାମଲା ପ୍ରତ୍ୟାହାର କରିଛନ୍ତି କୋର୍ଟ। ଉଭୟଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ବି ପ୍ରତ୍ୟାହାର କରିଛନ୍ତି ହାଇକୋର୍ଟ। ଭବିଷ୍ୟତରେ ଏପରି ନକରିବାକୁ ହାଇକୋର୍ଟ ତାଗିଦ କରିବା ସହ ଉଭୟଙ୍କୁ ଜେଲରୁ ମୁକ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ମାମଲାର ଶୁଣାଣି କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଉଭୟ ଜେଲରୁ ମୁକ୍ତି ପାଇଛନ୍ତି। ଗତ ୧୯ ତାରିଖରେ ମିଛ ତଥ୍ୟ ଅଭିଯୋଗରେ ଉଭୟଙ୍କୁ କୋର୍ଟ ପରସର ରୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟରେ ମିଛ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ କୋର୍ଟ ପରିସରରେ ୨ ଜଣଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏହି ମାମଲାରେ ଅନ୍ୟ ୯ ଜଣଙ୍କର ଆଗୁଆ ଜାମିନକୁ ରଦ୍ଦ କରିଦେଇଥିଲେ ହାଇକୋର୍ଟ। ଉକ୍ତ ୯ ଜଣଙ୍କୁ ଗିରଫ କରିବାକୁ କୋଣାର୍କ ପୋଲିସ କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢନ୍ତୁ- କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହାଇକୋର୍ଟ, ୨୭ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

ମାମଲା ଅନୁଯାୟୀ ଗତ ୨୦୨୧ ମସିହାରେ କୋଣାର୍କରେ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ କୁ ବିରୋଧ କରି କିଛି ଆବେଦନକାରୀ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାକୁ କୋର୍ଟ ବିଚାର କରି ଆବେଦନକାରୀ ଙ୍କ ଆବେଦନ କୁ ଖାରଜ କରିଥିଲେ ହାଇକୋର୍ଟ। ପରବର୍ତ୍ତୀ ସମୟରେ ଆବେଦନ କାରୀ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାକୁ ଖାରଜ କରି ଦେଇଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହି କମ୍ପ୍ଲେକ୍ସ ପ୍ରକଳ୍ପକୁ ବିରୋଧକରି କିଛି ଆବେଦନକାରୀ ମଧ୍ୟ ଗଣ୍ଡଗୋଳ କରିଥିଲେ।

ଏନେଇ କୋଣାର୍କ ଥାନାରେ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଆବେଦନକାରୀ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ହାଇକୋର୍ଟ ମଧ୍ୟ ସେମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ୨୦୨୩ ମସିହାରେ ଏହି ଆବେଦନକାରୀ ମାନେ ଏହି ପ୍ରକଳ୍ପ କୁ ବିରୋଧକରି ପୁନର୍ବାର ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିଥିବା କଥା ହାଇକୋର୍ଟଙ୍କୁ ଅବଗତ କରିନଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସମୟରେ ସତ୍ୟ କଥା ଜାଣିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ଏହି ମାମଲାରେ କୋର୍ଟରେ ଉପସ୍ଥିତ ଥିବା ୨ ଜଣଙ୍କୁ କୋର୍ଟ ପରିସରରୁ ହିଁ ଗିରଫ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ମାମଲାରେ ପୂର୍ବରୁ ମିଳିଥିବା ସମସ୍ତଙ୍କ ଆଗୁଆ ଜାମିନକୁ ମଧ୍ୟ ଖାରଜ କରିଦେଇଥିଲେ ହାଇକୋର୍ଟ। ଏଥିସହ ଅନ୍ୟ ୯ ଜଣ ଆଗୁଆ ଜାମିନ ଆବେଦନକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋଣାର୍କ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତି ଙ୍କ ଖଣ୍ଡପୀଠ।

ଇଟିଭି ଭାରତ, କଟକ

ABOUT THE AUTHOR

...view details