କଟକ:ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେବେ ରାଜା କରଣ । 53 ନମ୍ବର ୱାର୍ଡ ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ରାଜାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହାପରେ ଆଜି(ଶନିବାର) ସେ ଗିରଫ ହେବା ପରେ ତାଙ୍କୁ ଦଳରୁ ବାହାର କରିବା ପାଇଁ ବିଜେଡି଼ ସୁପ୍ରିମୋଙ୍କୁ ଲିଖିତ ହିସାବରେ ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସୌଭିକ ବିଶ୍ବାଳ ।
ସେ ଯେଉଁ କାମ କରିଛନ୍ତି ତାହା ବେଶ ନିନ୍ଦନୀୟ । ଏହାସହ ବିଜେପି ଯେଉଁ ଅଭିଯୋଗ କରୁଛି ତାହା ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି । ଦଳରେ ଯିଏ ବି ଟିକେ ଭୁଲ କରେ ତାହାକୁ ସଙ୍ଗେ ସଙ୍ଗେ ଦଣ୍ଡ ମିଳେ । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁ ମନ୍ତ୍ର । ଆଉ ଆଇନ ତା' ବାଟରେ ଯାଉଛି । 4 ମାସ ପୂର୍ବରୁ କଟକ ମହାନଗର ନିଗମ କମିଶନରଙ୍କୁ ଏହି ପ୍ରସଙ୍ଗରେ ଅବଗତ କରଯାଇଥିଲା ।