ଓଡିଶା

odisha

By

Published : Jun 11, 2021, 3:20 PM IST

ETV Bharat / state

ଏସସିବି ସମ୍ପ୍ରସାରଣ, ଆଜି ତିନୋଟି ସାହି ଉଚ୍ଛେଦ

କଟକ ବଡ ମେଡିକାଲର ସମ୍ପ୍ରସାରଣ ପାଇଁ ଆଜି କଟକ ମାଲଗୋଦାମ ଅଞ୍ଚଳର ତିନୋଟି ସାହିରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଅଧିକ ପଢନ୍ତୁ...

ଏସସିବି ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଛେଦ
ଏସସିବି ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଛେଦ

କଟକ:ସହର ବଡ ମେଡିକାଲ ସମ୍ପ୍ରସାରଣ ପାଇଁ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଆଜି(ଶୁକ୍ରବାର) କଟକ ମାଲଗୋଦାମ ଅଞ୍ଚଳର ତିନୋଟି ସାହିକୁ ଉଚ୍ଛେଦ କରାଯାଇଛି ।

ଏସସିବି ସମ୍ପ୍ରସାରଣ ପାଇଁ ଜାରି ରହିଛି ଉଛେଦ

ଉଚ୍ଛେଦ ପୂର୍ବରୁ ପ୍ରାୟ 90 ପରିବାରକୁ ବାଲିସାହି ଅଞ୍ଚଳକୁ ସ୍ତାନାନ୍ତର କରାଯାଇଛି । ତେଲୁଗୁ ସାହି, ନୂଆ ସାହି ଓ ରେଲୱେ ସାହିରେ ରହୁଥିବା 90 ପରିବାରଙ୍କୁ କ୍ଷତିପୂରଣ ବାବଦକୁ ଜାଗା ଓ 50 ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି ।

ଶାନ୍ତିପୂର୍ଣ୍ଣ ଭାବରେ ଉଚ୍ଛେଦ ପ୍ରକ୍ରିୟା ଚାଲିବା ସହିତ ଲୋକମାନେ ପ୍ରକ୍ରିୟାରେ ସହଯୋଗ କରିଛନ୍ତି ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର ଅବିନାଶ ରାଉତ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details