କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଲାଗିଛି 76 କେଜି ଗଞ୍ଜେଇ । ମଧୁପାଟଣା ଅଞ୍ଚଳରେ ପେଟ୍ରୋଲିଂ ସମୟରେ ଏକ କାର ଉପରେ ଚଢାଉ କରିଥିଲା ବିଭାଗ । ଯାହାର ଆନୁମାନିକ ମୂଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।
କଟକରୁ 8 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, କନ୍ଧମାଳରୁ ଯାଉଥିଲା ଭଦ୍ରକ - latest news on odisha excise department
ମଧୁପାଟଣା ଅଞ୍ଚଳରେ ପେଟ୍ରୋଲିଂ ସମୟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ 76 କେଜି ଗଞ୍ଜେଇ ଜବତ କରିବା ସହ 2 ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗଞ୍ଜେଇ କନ୍ଧମାଳରୁ ଭଦ୍ରକୁ ନିଆଯାଉଥିଲା ।
![କଟକରୁ 8 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, କନ୍ଧମାଳରୁ ଯାଉଥିଲା ଭଦ୍ରକ](https://etvbharatimages.akamaized.net/etvbharat/prod-images/768-512-4729923-830-4729923-1570880212082.jpg)
ganja
ଅବକାରୀ ବିଭାଗ ଜବତ କଲା 76 କେଜି ଗଞ୍ଜେଇ
ଜବତ ସମୟରେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ । ଏହି ଗଞ୍ଜେଇ କନ୍ଧମାଳରୁ ଭଦ୍ରକ ଯାଉଥିବା ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ