ଓଡିଶା

odisha

ETV Bharat / state

ମଦ ମାଫିଆଙ୍କୁ ଫିଲ୍ମ ଷ୍ଟାଇଲରେ କାବୁ କଲା ଅବକାରୀ ବିଭାଗ: 2 ଗିରଫ, 1040 ଲିଟର ଦେଶୀମଦ ଜବତ

କଟକରେ ବୃଦ୍ଧି ପାଇଛି ଦେଶୀ ମଦ କାରବାର । ମଦ ମାଫିଆଙ୍କୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ । ପାଟ୍ରୋଲିଂ ବେଳେ 2 ମଦ ମାଫିଆଙ୍କୁ ଗିରଫ ସହ 1040 ଲିଟର ଦେଶୀମଦ ଜବତ । ଅଧିକ ପଢନ୍ତୁ

By

Published : Aug 10, 2023, 4:02 PM IST

Updated : Aug 10, 2023, 4:10 PM IST

କଟକରେ ବୃଦ୍ଧି ପାଇଛି ଦେଶୀ ମଦ କାରବାର
କଟକରେ ବୃଦ୍ଧି ପାଇଛି ଦେଶୀ ମଦ କାରବାର

କଟକରେ ବୃଦ୍ଧି ପାଇଛି ଦେଶୀ ମଦ କାରବାର

କଟକ:କଟକରୁ ବିପୁଳ ପରିମାଣର ଦେଶୀ ମଦ ଜବତ । ବାରଙ୍ଗ ଅଞ୍ଚଳରୁ ଜବତ ହେଲା 1040 ଲିଟର ଦେଶୀମଦ । ଏହାସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦାମୀ ଗାଡି ଜବତ କରିଛି ଅବକାରୀ ବିଭାଗ । ଆଜି ବାରଙ୍ଗ ନିକଟରେ ଅବକାରୀ ବିଭାଗର ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ଏକ ସନ୍ଦିଗ୍ଧ ଗାଡ଼ି ସମ୍ନା ପଟୁ ଆସୁଥିବାର ଦେଖିଥିଲା । ଏହାପରେ ଗାଡ଼ିକୁ ଫିଲ୍ମ ଷ୍ଟାଇଲରେ ପିଛା କରି ବାରଙ୍ଗ ନିକଟରେ ଗାଡ଼ିକୁ ଅଟକାଇବାରେ ସଫଳ ହୋଇଥିଲା ଟିମ୍‌ । ଏହାପରେ ସେହି ଗାଡ଼ିରେ ଦେଶୀ ମଦ ଥିବା ଜଣା ପଡ଼ିଥିଲା । ଉଭୟ ଅଭିଯୁକ୍ତ କଟକ ଆଠଗଡ଼ ଅଞ୍ଚଳର ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳୁ ଜିଲ୍ଲା ଅବକାରୀ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବାରଙ୍ଗ ଅଞ୍ଚଳରେ ପାଟ୍ରୋଲିଂ କରୁ୍‌ଥିଲା । ଏହି ସମୟରେ ଏକ ସନ୍ଦିଗ୍ଧ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା ବିଭାଗ । ହେଲେ ଗାଡ଼ିଟି ନଅଟକି ଦୃତଗତିରେ ଫେରାର ହେବାକୁ ଲିଗିଥିଲା । ହେଲେ ବିଭାଗ କୌଶଳ କରି ଗାଡିକୁ ଅଟକାଇବା ସହ 2ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା ।

ଅଧିକ ପଢନ୍ତୁ: Excise Department Raid: ବିପୁଳ ପରିମାଣର ଦେଶୀ ମଦ ଜବତ, 2 ଗିରଫ

ତେବେ ଗତକିଛି ଦିନ ତଳେ ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ବେଆଇନ ଦେଶୀମଦ ତିଆରି ସମୟରେ ଅବକାରୀ ବିଭାଗ କର୍ମଚାରୀଙ୍କୁ ମଦ ମାଫିଆ ଆକ୍ରମଣ ଘଟଣା ସମ୍ନାକୁ ଆସିଥିଲା । ବେଆଇନ ରନ୍ଧା ମଦ ଓ ବିକ୍ରି ସ୍ଥଳରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଆକ୍ରମଣ କରିଥିଲେ ମଦ ମାଫିଆ । ଦୃର୍ବୃତ୍ତମାନେ ୩ଟି ଗାଡି ବାଡେଇ ଚୁରମାର କରିବା ସହ 2ଜଣ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଆହତ କର୍ମଚାରୀଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆଠଗଡ଼ରେ ଘଟିଥିବା ଘଟଣା ଅବକାରୀ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହି ଘଟଣା ଘଟାଇବା ପାଇଁ ଦୁର୍ବୃତ୍ତମାନେ ଆଗରୁ ଯୋଜନା କରୁଥିବା ଅନୁମାନ କରାଯାଉଛି । ତେବେ ଆଗାମୀ ଦିନରେ ଯେତେବେଳେ ରେଡ୍‌ ହେବ ସେତେବେଳ ବ୍ୟାପକ ପରିମାଣର ପୋଲିସ ଉକ୍ତ ସ୍ଥାନରେ ମୁତୟନ ରହିବେ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲ ।

ଇଟିଭି ଭାରତ, କଟକ

Last Updated : Aug 10, 2023, 4:10 PM IST

ABOUT THE AUTHOR

...view details