କଟକ: ଏସସିବିର ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ଯେଉଁଥିରେ ଯୋବ୍ରା ଅଞ୍ଚଳରେ ଥିବା ଦରଘାର ମିନାର ଓ ଦୋକାନ ଘରକୁ ଉଚ୍ଛେଦ କରାଯାଇଛି । ବୁଧବାର ପୂର୍ବ ନିର୍ଦ୍ଧାରିତ ଉଚ୍ଛେଦ ପ୍ରକ୍ରିୟା ଅନୁଯାୟୀ କଟକ ଯୋବ୍ରା ସ୍ଥିତ ଦରଘା ସରିଫକୁ ଭାଙ୍ଗିବାକୁ ଯାଇଥିଲା ଜିଲ୍ଲା ପ୍ରଶାସନ ।
କଟକ SCBର ପୁନର୍ବିନ୍ୟାସ, ଭାଙ୍ଗିଲା ଦରଘା ଓ ଦୋକାନ ଘର - ଏସସିବିର ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା
ବୁଧବାର ପୂର୍ବ ନିର୍ଦ୍ଧାରିତ ଉଚ୍ଛେଦ ପ୍ରକ୍ରିୟା ଅନୁଯାୟୀ କଟକ ଯୋବ୍ରାସ୍ଥିତ ଦରଘା ସରିଫକୁ ଭାଙ୍ଗିବାକୁ ଯାଇଥିଲା ଜିଲ୍ଲା ପ୍ରଶାସନ ।
SCBର ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା
ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ପ୍ରଥମେ ବିରୋଧ କରିଥିଲେ ଦରଘା ପରିଚାଳନା କମିଟିର ସଦସ୍ୟମାନେ । ପରିଚାଳନା କମିଟି କ୍ଷତିପୂରଣ ଅର୍ଥକୁ ବଢ଼ାଇବା ପାଇଁ ଜିଦ ଧରି ବସିଥିଲେ । ଶେଷରେ ବୁଝାସୁଝା ପରେ ଦରଘା ପରିସରରେଥିବା ଦୋକାନ ଘର ଓ ସୁଇଚ ଦରଘାର ମିନାରକୁ ଭଙ୍ଗା ଯାଇଥିଲା । ତେବେ ପରୀକ୍ଷାପରେ ଯୋବ୍ରା ଅଞ୍ଚଳରେ ଥିବା ବସ୍ତିଗୁଡିକ ଭଙ୍ଗାଯିବ ବୋଲି କଟକ ଉପଜିଲ୍ଲାପାଳ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ