କଟକ: କିଛି ଦିନ ବ୍ୟବଧାନ ପରେ ଏସସିବି ମେଡିକାଲ ସମ୍ପ୍ରସାରଣ କାମ ପାଇଁ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ କାମ । ଯୋବ୍ରା କେନାଲ ନିକଟରେ ଥିବା ସମସ୍ତ ବସ୍ତିକୁ ଉଚ୍ଛେଦ ପୂର୍ବରୁ ପ୍ରଥମେ ଥଇଥାନ କରିଛି ଜିଲ୍ଲା ପ୍ରଶାସନ।
ଉଚ୍ଛେଦ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ - ଏସସିବି ମେଡିକାଲ ସମ୍ପ୍ରସାରଣ
ଏସସିବି ମେଡିକାଲ ସମ୍ପ୍ରସାରଣ କାମ ପାଇଁ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ କାମ । ଅଧିକ ପଢନ୍ତୁ...
ଉଚ୍ଛେଦ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ
ଜଗତପୁରର ଶିକାରୀପୁର ଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିଛି ଜିଲ୍ଲା ପ୍ରଶାସନ। ପ୍ରଥମ ପର୍ଯ୍ୟାୟରେ ୯୫ ଟି ପରିବାରର ପାଖାପାଖି ୪୦୫ ଜଣଙ୍କୁ ଏକ ଅସ୍ଥାୟୀ ସ୍ଥାନରେ ରଖାଯାଇଛି । ୭ ଦିନ ପାଇଁ ଏହି ଅସ୍ଥାୟୀ ସ୍ଥାନରେ ରଖାଯିବା ସହ ସେମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ସେହିପରି ନିଜ ନିଜର ସମସ୍ତ ସାମଗ୍ରୀ ସହ ଏହି ନୂତନ ସ୍ଥାନରେ ଆଜିଠାରୁ ରହିଛନ୍ତି ୯୫ ପରିବାର। ତେବେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ବସ୍ତିବାସିନ୍ଦା।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ