ଓଡିଶା

odisha

ETV Bharat / state

ରାସ୍ତା ଚଉଡା ପାଇଁ ଜବରଦଖଲ ଉଚ୍ଛେଦ, ବ୍ୟବସାୟୀଙ୍କ ପ୍ରତିବାଦ - ବ୍ୟବସାୟୀ ପ୍ରତିବାଦ

ଜବର ଦଖଲ ଉଚ୍ଛେଦକୁ ନେଇ ନିଆଳି ପ୍ରଶାସନ ଓ ବ୍ୟବସାୟୀ ମୁହାଁମୁହିଁ । ଆଗ ଥଇଥାନା ନ କରି ଉଚ୍ଛେଦ କରିବା ଘଟଣାକୁ ନେଇ ଉତ୍ତେଜନା । ଅଧିକ ପଢନ୍ତୁ

eviction in niali
eviction in niali

By

Published : Jul 13, 2023, 2:22 PM IST

eviction in niali

ନିଆଳି:ଅଣ ଓସାରିଆ ରାସ୍ତା ଚଉଡ଼ା ହେବା ନେଇ ଖର୍ଚ୍ଚ ହେବ କୋଟିକୋଟି ଟଙ୍କା ।‌ ଏନେଇ ବର୍ଷ ବର୍ଷ ଧରି ସରକାରୀ ଯାଗାକୁ ଜବରଦଖଲ କରି ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଦୋକାନ ଉପରେ ବୁଲଡୋଜର ଚଳାଇଛି ନିଆଳି ପ୍ରଶାସନ । ଫଳରେ ବ୍ୟବସାୟୀ ପ୍ରତିବାଦ କରିବା ସହିତ ଆଗ ଥଇଥାନ ଏବଂ ପରେ ଉଚ୍ଛେଦ କରିବାକୁ ଦାବି କରିଛନ୍ତି । ଯାହାକୁ ନେଇ ନିଆଳି ତହସିଲଦାରଙ୍କ ସହ ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଚଉଡା ହେବ ରାସ୍ତା, ଶରଧାପାଲିରେ ଜବରଦଖଲ ଉଚ୍ଛେଦ

ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ତହସିଲ ଅଧୀନସ୍ଥ ଜଲ୍ଲାରପୁରରେ ଅଣ ଓସାରିଆ ରାସ୍ତାକୁ PWD ବିଭାଗ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସାରିବା ସହିତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ସାରିଲାଣି । ପହଙ୍ଗା ବଜାରର ରାସ୍ତାର ଦୁଇ ପାର୍ଶ୍ଵରେ ଗଢ଼ି ଉଠିଛି ଦୋକାନ ବଜାର । ଏହି ଦୋକାନ ବଜାର ଯୋଗୁଁ ରାସ୍ତା ସଙ୍କୁଚିତ ହେଉଛି ଏବଂ ଯାନ ବାହାନ ଚଳାଚଳରେ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି ।‌ ତେଣୁ ପହଙ୍ଗା ବଜାରରେ ବେଆଇନ ଜବରଦଖଲକାରୀଙ୍କୁ ନିଆଳି ତହସିଲ ପକ୍ଷରୁ ଉଚ୍ଛେଦ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ, ଅତିରିକ୍ତ ଜିଲ୍ଲାପାଳଙ୍କ ଦାବିପତ୍ର ପ୍ରଦାନ

ତେବେ ଏହି ଉଚ୍ଛେଦ କାର୍ଯ୍ୟକୁ ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇବା ସହିତ ନିଆଳି ତହସିଲଦାରଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ଗତ ୧୦ ଦିନ ପୂର୍ବରୁ ନିଆଳି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲକାରୀଙ୍କୁ ନୋଟିସ ସହିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ସରକାରୀ ଯାଗାରୁ ଉଚ୍ଛେଦ ପାଇଁ ସୂଚନା ଦିଆଯାଇଥିଲା । ତେଣୁ ସରକାରୀ ନିଷ୍ପତ୍ତି କ୍ରମେ ବ୍ୟାପକ ପୋଲିସ ଫୋର୍ସ ସହାୟତାରେ ପହଙ୍ଗା ବଜାରରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।‌ ନିଆଳି ତହସିଲଦାର ବିଦ୍ୟାଧର ପତି ଉଚ୍ଛେଦ କାର୍ଯ୍ୟକୁ ଅତି ସତର୍କତାର ସହିତ ତୁଲାଇଛନ୍ତି । ସେପଟେ ଥଇଥାନ ପରେ ଉଚ୍ଛେଦ କରାଯାଉଛି ବୋଲି ଦାବି କରିଥିଲେ ବ୍ୟବସାୟୀ । ‌

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ ଜାରି, ବିସ୍ଥାପିତଙ୍କୁ ଥଇଥାନ କରାଯାଉନଥିବା ଅଭିଯୋଗ

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details