ନିଆଳି:ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯାହାର ପ୍ରଭାବରେ ହୁ ହୁ ହୋଇ ବଢୁଛି ଖାଇବା ତେଲ ଦର । ଏହାରି ଭିତରେ କିଛି ମୁନାଫା କଳା ବ୍ଯବସାୟୀ ଏହାର ଫାଇଦା ଉଠାଉଛନ୍ତି । ବିଶେଷ କରି ବିଭିନ୍ନ ଖାଇବା ତୈଳ ଦର ୫ରୁ ୭ ଟଙ୍କା ବୃଦ୍ଧି ହୋଇଛି ସତ କିନ୍ତୁ କିଛି କଳାବଜାରୀ ମାନେ ନିଦ୍ଦିଷ୍ଟ ଦର ଠାରୁ ୨୦ ରୁ ୨୫ ଟଙ୍କା ଚଢା ଦରରେ ଖାଇବା ତେଲ ବିକ୍ରି କରୁଥିବା ଅଭିଯୋଗ ଆସିଛି ।
ଏନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ତପ୍ତର ହୋଇଛି ଯୋଗାଣ ବିଭାଗ ଅଧିକାରୀ । ପୁରୀ ଜିଲ୍ଲା ନିମାପଡା ଯୋଗାଣ ବିଭାଗ ଚାରିଛକ ଅଞ୍ଚଳର କିଛି ତେଜରାତି ଦୋକାନରେ ଚଢାଉ ଆରମ୍ଭ କରିଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ଏକ ଟିମ୍ ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରି ଖାଇବା ତେଲ କେତେ ଗଚ୍ଛିତ ରହିଛି କେତେ ଦାମରେ ବିକ୍ରି ହେଉଛି ସେ ନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି ।