ଓଡିଶା

odisha

ETV Bharat / state

ତୃତୀୟ ଦିନରେ ବାଲିଯାତ୍ରା: ପଡିଆ ବୁଲାକୁ ପରିବେଶ ସୁରକ୍ଷା ବାର୍ତ୍ତା ଶୁଣୁଛନ୍ତି ଲୋକେ - Enviroment saftey awareness in cuttack baliyatra

ବାଣିଜ୍ୟମେଳା ପାଇଁ ଚଳଚଞ୍ଚଳ କଟକ ସହର । ଏହି ଅବସରରେ ଛାତ୍ରଛାତ୍ରୀମାନେ ବାଲିଯାତ୍ରା ପଡିଆରେ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ପରିବେଶ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Nov 14, 2019, 9:53 PM IST

କଟକ: ତୃତୀୟ ଦିନରେ କଟକର ଐତିହାସିକ ବାଲିଯାତ୍ରା । ଏହି ବାଣିଜ୍ୟମେଳା ପାଇଁ ଚଳଚଞ୍ଚଳ ସାରା ସହର । ଲୋକାରଣ୍ୟ ମହାନଦୀ ପଠା । ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ମେଳା ଦେଖିବାକୁ ଜମୁଛି ଲୋକଙ୍କ ଭିଡ । ମେଳା ବୁଲିବା ସହ ଚଟପଟା ଖାଦ୍ୟ ଓ ଭଳିକି ଭଳି ଜିନିଷ କିଣୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତବର୍ଷ ବାଲିଯାତ୍ରାରେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଶାସନର ଏହି ପ୍ରୟାସରେ କୁନି କୁନି ପିଲାମାନେ ମଧ୍ୟ ସଚେତନ ବାର୍ତ୍ତା ବାଣ୍ଟିଛନ୍ତି । ମଙ୍ଗଳବାର ଶିଶୁ ଦିବସ ସହ ୱାର୍ଲ୍ଡ ଡାଇବେଟିସ ଦିବସ । ଏହି ଅବସରରେ ଛାତ୍ରଛାତ୍ରୀମାନେ ବାଲିଯାତ୍ରା ପଡିଆରେ ବିଭିନ୍ନ ପ୍ରୋଜେକ୍ଟ ମାଧ୍ୟମରେ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ପ୍ଲାଷ୍ଟିକର ବହୁଳ ବ୍ୟବହାର ଏବଂ ଗଛ କାଟିବାର କୁପ୍ରଭାବ ଆଦିକୁ ବିଭିନ୍ନ ପ୍ରୋଜେକ୍ଟ ଜରିଆରେ ଦର୍ଶାଇଛନ୍ତି ଛାତ୍ରଛାତ୍ରୀ ।

ବାଲିଯାତ୍ରାର ତଳ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେଏସ ଜାଭେରୀ ଯୋଗ ଦେଇଥିଲେ । ପଥୋତ୍ସବ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ସେପଟେ ବାଲିଯାତ୍ରା କେବଳ ଯାତ୍ରାରେ ସୀମିତ ନାହିଁ, ଏହା ସଚେତନତାର ଏକ ମାର୍ଗ ପାଲଟିଥିବା କହିଛନ୍ତି ଜିଲ୍ଲାପାଳ ।

ଏସିଆର ସର୍ବବୃହତ ବାଣିଜ୍ୟିକ ମେଳା କଟକ ବାଲିଯାତ୍ରାରେ କେବଳ ପ୍ରୋଜେକ୍ଟ ମାଧ୍ୟମରେ ନୁହେଁ ବରଂ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରୁଛି । ଜିଲ୍ଲାପ୍ରଶାସନ ଓ ଛାତ୍ରଛାତ୍ରୀଙ୍କ ଏହି ନିଆରା ଉଦ୍ୟମ ଲୋକଙ୍କୁ ନିଶ୍ଚୟ ସଚେତନ କରିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details