କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ନାମଲେଖା କେଳେଙ୍କାରୀ (Ravenshaw University) । ଉପର ରାଙ୍କ୍ ପିଲାଙ୍କୁ ବାଦ ଦେଇ ତଳ ରାଙ୍କ ପିଲାଙ୍କୁ ନାମଲେଖା ସୁଯୋଗ ମିଳୁଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆଶାୟୀ ଛାତ୍ରୀ । ରେଭେନ୍ସା କତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ରେଭେନ୍ସାରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅନସନ୍ତୋଷ ଦେଖାଦେଇଛି ।
ଏହା ମଧ୍ୟ ପଢ଼ନ୍ତୁ:Direct flight Connection to foreign country: ଅର୍ନ୍ତଜାତୀୟ ଉଡାଣକୁ କ୍ୟାବିନେଟର ସବୁଜ ସଙ୍କେତ
ସୂଚନା ଅନୁଯାୟୀ, ଉପର ରାଙ୍କ୍ ରଖିଥିବା ଆଶାୟୀଙ୍କୁ ବାଦ ଦେଇ ତଳ ରାଙ୍କ ରଖିଥିବା ଆଶାୟୀଙ୍କ ନାମଲେଖାକୁ ବୈଧ କରିବାକୁ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ବିରୋଧ କରିଥିଲେ । କୁଳପତି ଓ ପିଜି କାଉନସିଲ ଚେୟାରପର୍ସନଙ୍କ ଚାପ ଯୋଗୁଁ ସେ ଇସ୍ତଫା ଦେଇଛନ୍ତି । ରେଭେନ୍ସା ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ଏଭଳି ଚଞ୍ଚକତା ହେବା ଓ ତାଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଏତଲାରେ ସ୍ପଷ୍ଟ କରିଛନ୍ତି ଅଭିଯୋଗକାରୀ ।