କଟକ: କମୁଛି ଘରୋଇ ଇଂଜିନିୟରିଂ କଲେଜ ସିଟ ଏବଂ ତାହା ସାଙ୍ଗକୁ ପିଲାଙ୍କ ଉତ୍ସାହ । ନିଯୁକ୍ତି କ୍ଷେତ୍ରରେ ବ୍ୟାପକତା ହ୍ରାସ ପାଇବାରୁ ଏହି ଦିଗରୁ ମୁହଁ ଫେରାଉଛନ୍ତି କୃତୀ ଛାତ୍ରଛାତ୍ରୀ । କିନ୍ତୁ ଏହି ସିଟ୍ ହ୍ରାସ ପଛରେ ରହିଛି ଏକ ପ୍ରମୁଖ କାରଣ, ଯାହା ସିଧାସଳଖ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗକୁ ଇଙ୍ଗିତ କରୁଛି । କାରଣ ଦୀର୍ଘ 19 ବର୍ଷ ମଧ୍ୟରେ ଇଂଜିନିୟରିଂ ସିଟ୍ ଯେତିକି ବଢିଛି ସେହି ଅନୁପାତରେ ଜେନେରାଲ ସିଟ୍ ମଧ୍ୟ ବୃଦ୍ଧି ପାଉଛି । ଯାହା ଇଂଜିନିୟରିଂ ଶିକ୍ଷା ବ୍ୟବସ୍ଥା ପାଇଁ ସାଜିଛି ଅସୁବିଧା ।
19 ବର୍ଷ ମଧ୍ୟରେ ଘରୋଇ ଇଂଜିନିୟରିଂ କଲେଜରେ ଯେତିକି ସିଟ୍ ବୃଦ୍ଧି ପାଇଛି, ତାହାର ଦଶ ଗୁଣା ଜେନେରାଲ ସିଟ୍ ବଢିବା ଦରକାର । କିନ୍ତୁ ଏପରି ନହେବାରୁ ଇଂଜିନିୟରିଂ ସିଟ ଫାଙ୍କା ପଡୁଛି ବୋଲି କହିଛନ୍ତି ଓଡିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ(opeca) ର ରାଜ୍ୟ ସାଧାରଣ ସମ୍ପାଦକ ବିନୋଦ ଦାସ ।