କଟକ: ଗିରଫ ହେଲେ ମହାନଦୀ ନର୍ଥ ଡ଼ିଭିଜନ ଅଧୀନ ପୁନ୍ଦାଳ ନଦୀବନ୍ଧ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜ୍ଞାନ ବେଉରା। କଟକ ଜିଲ୍ଲା ବାଙ୍କି ବ୍ଲକରେ ସ୍ଟାଇପେଣ୍ଡାରୀ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ସେ । ଏହି ସମୟରେ ମିଥ୍ୟା କାଗଜ ପତ୍ରରେ ଇନ୍ଦିରା ଆବାସ ଘର ନାଁରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ହୋଇଥିଲା।
ଏହି ମାମଲାରେ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ IPC 465,471 ଓ 121-B ଅନୁଯାୟୀ 2ବର୍ଷ କାରାଦଣ୍ଡ ଓ 10ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ବିଜ୍ଞାନ ବେଉରା ଗତ ବର୍ଷ କଟକ ଡ୍ରେନେଜ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ଲାଞ୍ଚ ନେଇ ମଧ୍ୟ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ।