ଓଡିଶା

odisha

ETV Bharat / state

ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି - ମିଥ୍ୟା ସତ୍ୟପାଠ ମାମଲାକୁ ଖାରଜ

ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଜୁନାଗଡ଼ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହୋଇଥିବା ମିଥ୍ୟା ସତ୍ୟପାଠ ମାମଲାକୁ ଖାରଜ କଲେ ହାଇକୋର୍ଟ।

ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମିଳିଲା ହାଇକୋର୍ଟରୁ ଆଶ୍ବସ୍ତୀ
ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମିଳିଲା ହାଇକୋର୍ଟରୁ ଆଶ୍ବସ୍ତୀ

By

Published : Oct 7, 2020, 8:03 PM IST

କଟକ: ଶିଳ୍ପ ଓ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଡ ଆଶ୍ବସ୍ତି । ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଜୁନାଗଡ଼ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହୋଇଥିବା ମିଥ୍ୟା ସତ୍ୟପାଠ ମାମଲାକୁ ଖାରଜ କଲେ ହାଇକୋର୍ଟ। ୨୦୧୪ ନିର୍ବାଚନରେ ଦିବ୍ୟ ଶଙ୍କର ମିଶ୍ର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଥିଲା।

ଗୋବର୍ଦ୍ଧନ ଦାଶଙ୍କ ପକ୍ଷରୁ ଜୁନାଗଡ଼ କୋର୍ଟରେ ଏହି ମାମଲା ଦାୟର କରାଯାଇଥିଲା। ତଳକୋର୍ଟରେ ଚାଲିଥିବା ପ୍ରୋସେଡ଼ିଂକୁ ଚାଲେଞ୍ଜ କରି ମନ୍ତ୍ରୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ନାମରେ ଛତିଶଗଡ଼ର ରାୟପୁରରେ ଏକ ଜମି ଥିବାବେଳେ ସତ୍ୟପାଠରେ ସେ ଏହାକୁ ଦର୍ଶାଇ ନଥିବା ଗୋବର୍ଦ୍ଧନ ଦାଶଙ୍କ ପକ୍ଷରୁ ତଳ କୋର୍ଟରେ ଦର୍ଶା ଯାଇଥିଲା ।

ଯାହାର ଉତ୍ତରରେ ଦିବ୍ୟଶଙ୍କର ମିଶ୍ର ହାଇକୋର୍ଟରେ ରୁଜୁ କରିଥିବା ମାମଲାରେ ଦର୍ଶାଇଥିଲେ ଯେ, ରାୟପୁରର ସେହି ଜମି ବିକ୍ରି କରିଦେଇଥିବାରୁ ସେ ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରାଯାଇନାହିଁ। ଓଡିଶା ହାଇକୋର୍ଟ ଦିବ୍ୟଶଙ୍କର ମିଶ୍ରଙ୍କ ଆବେଦନକୁ ଗ୍ରହଣ କରିବା ସହ ଜୁନାଗଡ଼ କୋର୍ଟରେ ବିଚାରଧୀନ ଥିବା ମିଥ୍ୟା ସତ୍ୟପାଠ ମାମଲାକୁ ଖାରଜ କରିଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details